Latest Odisha News

ସକାଳୁ ସକାଳୁ ଭାଜିହେଲା ସାରା ରାଜ୍ୟ; ଗ୍ରୀଷ୍ମ ମୁକାବିଲା ପାଇଁ ବୈଠକ ଡାକିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଅସହ୍ୟ ଗରମରେ ଛଟ ପଟ ହେଉଛି ସାରା ଓଡ଼ିଶା । ଆହୁରି ୩ ଦିନ ଏମିତି କଲବଲ କରିବ ତାତି । ଆଜି ସକାଳୁ ସକାଳୁ ଅସହ୍ୟ ହେଲାଣି ଗରମ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୬ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଟପିଲାଣି । ସାଢେ ୮ଟାରୁ ଏମିତି ।  ଆହୁରି ସାରା ଦିନ ରହିଛି । ରାଜଧାନୀରେ ତ ସ୍ଥିତି ଅସହ୍ୟ  । ଆଜି ସକାଳୁ ରାଜଧାନୀ ତାପମାତ୍ର ୩୧.୬ ଡିଗ୍ରୀରେ ରହିଛି ।

ଆଜି ସକାଳ ୮ଟା ୩୦ରେ ବାଲେଶ୍ୱର ତାପମାତ୍ରା ୩୩ ଡିଗ୍ରୀ, ପୁରୀରେ ୩୨.୩ ଡିଗ୍ରୀ, ଚାନ୍ଦବାଲିରେ ୩୦.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୦.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୧ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପାରାଦୀପରେ ସକାଳ ତାପମାତ୍ରା ୨୯.୮ ଡ଼ିଗ୍ରୀ,  ସମ୍ବଲପୁରରେ ୨୯.୨ ଡ଼ିଗ୍ରୀ, ଗୋପାଳପୁରରେ  ୨୮.୬,  ଡ଼ିଗ୍ରୀ ହୀରାକୁଦରେ ୨୮ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଦିନର ତାପମାତ୍ରା ଆହୁରି ବଢିବ ବାଲି ପାଣିପାଗ ବିଭାଗ କହିଛି । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ତାପାମାତ୍ର ବଢିବ । ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି ।

ବଢୁଥିବା ତାତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବା ପାଇଁ ଏସଆରସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ଏକ ବୈଠକ ଡାକିଛନ୍ତି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଜି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ହେବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ  ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗ ଦେବେ । ତାତି ଅଧିକ ବଢୁଥିବାରୁ କିପରି ମୁକାବିଲା କରାଯିବ ସେ ନେଇ ଆଲୋଚନା କରିବା ଲାଗି ମନ୍ତ୍ରୀ ଏହି ବୈଠକ ଡାକିଛନ୍ତି ।

Comments are closed.