Latest Odisha News

BREAKING NEWS

ଜୁନ୍ ୮ରୁ ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ ଚଳାଚଳ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୮ ତାରିଖରୁ ଓଡିଶାରେ ଆଉ ଏକ ଆନ୍ତଃରାଜ୍ୟ ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି କରାଯାଇଛି।

ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନରୁ ସକାଳ ୫ଟା ୧୦ମି. ଏବଂ ଭୁବନେଶ୍ୱରରୁ ଦିନ ୨ଟା ୧୦ମି.ରେ ଛାଡିବ। ଏହା ବ୍ୟତୀତ ଏହି ଟ୍ରେନ ଜୁନ୍ ୩୦ ପର୍ଯ୍ୟନ୍ତ ସପ୍ତାହରେ ପାଞ୍ଚ ଦିନ ଚଳାଚଳ କରିବ।

ଆହୁରି ମଧ୍ୟ ପୂର୍ବତଟ ରେଳବାଇର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର କିଛି ସ୍ଥାନରେ ଶନିବାର ଏବଂ ରବିବାର ଦିନ ସଟଡାଉନ ଯୋଗୁଁ ଏହି ଦିନ ଟ୍ରେନ୍ ଚଳାଚଳ କରିବ ନାହିଁ।

ଏହି ଟ୍ରେନ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଏବଂ ନରାଜ ଷ୍ଟେସନରେ ଅଟକି ରହିବ।

Comments are closed.