Latest Odisha News

BREAKING NEWS

କଟକରେ ଏନଡିଆରଏଫ୍ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ୍‌)ର କର୍ମଚାରୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁସାରେ, ଗତ ମାସରେ ବାତ୍ୟା ଅମ୍ଫାନ ସମ୍ପର୍କିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ ପଠାଯାଇଥିବା ଏନଡିଆରଏଫର ଆଠଟି ଦଳ ମଧ୍ୟରୁ କିଛି କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନେ ବର୍ତ୍ତମାନ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ କଟକ ଜିଲ୍ଲାରେ ମୋଟ୍ ୧୫୪ଟି କରୋନା ମାମଲା ରହିଥିବା ବେଳେ ତନ୍ମଧ୍ୟରୁ ୮୦ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.