Latest Odisha News

BREAKING NEWS

ଭୁବନେଶ୍ୱରରେ ସ୍ଥାପିତ ହେବ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବରମୁଣ୍ଡାରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ୍ ସ୍ଥାପନ ଲାଗି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ନୂଆ ଅତ୍ୟାଧୁନିକ ଟର୍ମିନାଲରେ ବସ୍ ଓ ଯାତ୍ରୀମାନଙ୍କ ଲାଗି ସମସ୍ତ ଆବଶ୍ୟକୀୟ ସୁବିଧା ରହିବ । ଏଥିସହିତ ପରିବହନ କ୍ଷେତ୍ର ଅଧିକ ସୁବିଧା ଓ ସହଜ ହେବ ।

ବସ୍ ଟର୍ମିନାଲ୍ ପାଇଁ ୧,୩୧,୭୧୩ ବର୍ଗଫୁଟ ସ୍ଥାନ ସହ ବାଣିଜି୍ୟକ ସ୍ଥାନ ଲାଗି ୧,୭୦,୯୧୨ ବର୍ଗଫୁଟ ରହିବ । ଏଥିରେ ୧୯୦ ବସ୍ ସହ ପ୍ରାୟ ୩୫ଟି ବେ’ ପାର୍କିଂ ହୋଇପାରିବ।

ଏହାବ୍ୟତିତ ଟର୍ମିନାଲରେ ୨୫୦ରୁ ଅଧିକ ଚାରି ଚକିଆ ଯାନ ଓ ୧୭୫ଟି ଦୁଇ ଚକିଆ ଯାନ ରହିବା ଲାଗି ସାର୍ବଜନିନ ପାର୍କିଂ ବ୍ୟବସ୍ଥା ରହିବ । ଏହି ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର ବିକାଶ ପ୍ରାଧୀକରଣ(ବିଡିଏ)ର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ୍ ଆଣ୍ଡ ରୁଫ୍ ନିର୍ମାଣ କରିବ । ସମ୍ପୃକ୍ତ ସଂସ୍ଥା ୫ ବର୍ଷ ଯାଏଁ ରକ୍ଷଣାବେକ୍ଷଣାର ଦାୟିତ୍ୱ ନେବେ । ଯାହାପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

 

 

ଆହୁରି ମଧ୍ୟ ଏହି ଟର୍ମିନାଲ୍ ସହ ଖଣ୍ଡଗିରି ଠାରେ ଏକ ବସ୍ ଡିପୋ ନିର୍ମାଣ ଲାଗି ଟେଣ୍ଡରକୁ ଅନୁମୋଦନ ପ୍ରନାନ କରିଛି କ୍ୟାବିନେଟ୍ ।

Leave A Reply

Your email address will not be published.