Latest Odisha News

ଭୁବନେଶ୍ୱର ସେକ୍ସ ର‌୍ୟାକେଟ୍‌: ଘରକୁ ଫେରିବେ ୭ ବାଂଲାଦେଶୀ ପୀଡ଼ିତା

ଭୁବନେଶ୍ୱର: ପୂର୍ବରୁ ରାଜଧାନୀରେ ସେକ୍ସ ର‌୍ୟାକେଟରୁ ଉଦ୍ଧାର ହୋଇଥିବା ୭ ଜଣ ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ପୋଲିସ ବିଭାଗର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଘରକୁ ପଠାଇବା ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଏସଟିଏଫ ପକ୍ଷରୁ ମଙ୍ଗଳବାର ଦିନ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ପୀଡ଼ିତାମାନଙ୍କୁ କିପରି ସେମାନଙ୍କ ଦେଶକୁ ପଠାଇଦିଆଯିବ ସେନେଇ ନୂଆଦିଲ୍ଲୀସ୍ଥିତ ବୈଦେଶିକ ବିଭାଗ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରାଯାଇଛି । ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପୀଡ଼ିତା ମାନଙ୍କ ଜାତୀୟତା ଯାଞ୍ଚ ହେବା ନେଇ ବାଂଲାଦେଶ ହାଇ କମିଶନଙ୍କ ସହିତ ଯୋଗାଯୋଗ ସ୍ଥାପନ ହୋଇଛି ।

ଏହି ଯାଞ୍ଚ ରିପୋର୍ଟ ପାଇବା ପରେ ହାଇ କମିଶନ ପୀଡ଼ିତାମାନଙ୍କୁ ସ୍ୱଦେଶ ଲାଗି ଅନୁମତି ପ୍ରଦାନ କରିବେ । ପ୍ରଶାସନିକସ୍ତରରେ ଅନେକ କାର୍ଯ୍ୟ ହେବାକୁ ରହିଥିବା ବେଳେ ସୀମା ସୁରକ୍ଷା ବଳ (ବିଏସଏଫ) ବାଂଲାଦେଶର ବୋର୍ଡ଼ର୍ ଗାର୍ଡ଼ ବାଂଲାଦେଶ (ବିଜିବି)କୁ ହସ୍ତାନ୍ତର କରିବ ବୋଲି ଏହା ନୋଟିସ ଜାରି ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ରାଜଧାନୀରେ ଏସଟିଏଫ ପକ୍ଷରୁ ଏକ ସେକ୍ସ ର‌୍ୟାକେଟ ଠାବ କରାଯାଇ ଏଥିରେ ସଂପୃକ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏପରିକି ଏହି ସେକ୍ସ ର‌୍ୟାକେଟରେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ଯୁବତୀ ବାଂଲାଦେଶର ଥିବାବେଳେ ଜଣେ ଯୁବତୀ କୋଲକାତାର । ଏହି ସମସ୍ତ ଯୁବତୀମାନଙ୍କୁ ଦେହ ବ୍ୟବସାୟ ପରି ଘୃଣ୍ୟ କାର୍ଯ୍ୟରେ ବଳ ପୂର୍ବକ ନିୟୋଜିତ କରାଯାଇଥିଲା ।

ସମସ୍ତ ପୀଡ଼ିତାମାନଙ୍କ୍‌ୁ ଭୁବନେଶ୍ୱର ଅଦାଲତରେ ହାଜର କରାଯିବା ପରେ ସେଲ୍ଟରହୋମରେ ରଖାଯାଇଥିଲା । ଏସଟିଏଫ ଜଣେ ଯୁବତୀଙ୍କୁ କୋଲକାତାରେ ଥିବା ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.