Latest Odisha News

BREAKING NEWS

ଆମେରିକା ବାୟୁସେନା ବିମାନରେ ଟ୍ରମ୍ପଙ୍କ ଗାଡି, ସୁରକ୍ଷା ଉପକରଣ ପହଂଚିଲା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଭାରତ ସରକାର ସମସ୍ତ ବ୍ୟବସ୍ଥା କରିସାରିଛି । ତେବେ ଏହା ବ୍ୟତୀତ ଆମେରିକା ସ୍ୱତନ୍ତ୍ର ଭାବେ ନିଜସ୍ୱ ପ୍ରସ୍ତୁତି ମଧ୍ୟ କରିଛି । ଆମେରିକାର ମାଲବାହୀ ବାୟୁସେନା ବିମାନ ହରକ୍ୟୁଲେସ ଏଠାରେ ପହଂଚିଛି । ଏଥିରେ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଗାଡି, ସ୍ନାଇପର, ସ୍ପାଇ କ୍ୟାମେରା ଏବଂ ଫାୟାର ସେପଟି ସିଷ୍ଟମ ମଧ୍ୟ ଅଣାଯାଇଛି । 

ସ୍ୱତନ୍ତ୍ର ସୁରକ୍ଷା ଟିମ୍ ମଧ୍ୟ ଏଥିରେ ଆସିଛନ୍ତି । ଭାରତ ଏବଂ ଆମେରିକା ସୁରକ୍ଷା ଏଜେନ୍ସି ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବେ । ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ରୋଡ ରନର କାର ମଧ୍ୟ ପହଂଚିଛି ।

Leave A Reply

Your email address will not be published.