Latest Odisha News

ଅନଲାଇନରେ ହେବ ଆଇଆଇଟି ଭୁବନେଶ୍ୱରର ଶେଷ ସେମିଷ୍ଟର

ଭୁବନେଶ୍ୱର: ଚଳିତବର୍ଷ ଅନଲାଇନରେ ହେବ ଆଇଆଇଟି ଭୁବନେଶ୍ୱରର ଶେଷ ସେମିଷ୍ଟର ପରୀକ୍ଷା । ଅନୁଷ୍ଠାନର ସିନେଟ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  । କୋଭିଡ-୧୯ ମହାମାରୀକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି  । ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟରେ ଗ୍ରାଜୁଏସନ ସାର୍ଟିଫିକେଟ ପ୍ରଦାନ କରିବାକୁ ଆୟୋଜିତ ହୋଇଥିଲା ସିନେଟର ଏହି ବୈଠକ  ।

ନିଷ୍ପତ୍ତି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ହେବ ଅନଲାଇନ ପରୀକ୍ଷା  । ଆଉ ଦୁଇଟିରୁ ନିଜର ପସନ୍ଦ ଏବଂ ସୁବିଧା ଅନୁସାରେ ଛାତ୍ରଛାତ୍ରୀ ବିକଳ୍ପଭାବେ ଯେକୌଣସି ଗୋଟିଏକୁ ଚୟନ କରିପାରିବେ  । ପ୍ରଥମ ପର୍ଯ୍ୟାୟ ଜୁନ ୨୪ରୁ ଆରମ୍ଭ ହେବ  । ଆଉ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଜୁଲାଇ ଶେଷ କିମ୍ୱା ଅଗଷ୍ଟ ପ୍ରଥମ ସପ୍ତାହରୁ  । ଯଦି ଅନଲାଇନରେ ପରୀକ୍ଷା ଦେବାକୁ ସମସ୍ତ ପ୍ରକାରର ସୁବିଧା ଥିବ ତାହେଲେ ଏହି ଦୁଇଟି ତାରିଖରୁ ଯେକୌଣସି ଗୋଟିଏକୁ ବିକଳ୍ପ ଭାବେ ନେଇପାରିବେ ଛାତ୍ରଛାତ୍ରୀ  । ଅନ୍ୟପଟେ ଯଦି କରୋନା ନିୟନ୍ତ୍ରଣକୁ ଆସିଯାଇଥାଏ ତାହେଲେ କ୍ୟାମ୍ପସକୁ ଆସି ଅଫଲାଇନରେ ଆସି ପରୀକ୍ଷା ଦେବାର ମଧ୍ୟ ସୁଯୋଗ ରହିଛି ବୋଲି ସୂଚନା ଦେଇଛନ୍ତି ଆଇଆଇଟି ଭୁବନେଶ୍ୱର କର୍ତ୍ତୃପକ୍ଷ  ।

Leave A Reply

Your email address will not be published.