Latest Odisha News

ଦାନ୍ତଘଷି ବିଶ୍ୱ ରେକର୍ଡ କଲେ ଭୁବନେଶ୍ୱରର ଛାତ୍ରଛାତ୍ରୀ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ) ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଗୁରୁବାର ଦିନ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ବ ପିଲା ଏକାସାଙ୍ଗରେ ଦାନ୍ତଘଷି  ଏହି ରେକର୍ଡ କରିଛନ୍ତି ।

ବିଶ୍ଵ ବ୍ରସ୍ ଡେ(ଦାନ୍ତଘଷା ଦିବସ) ରେ କିସର ୨୬,୩୮୨ ଜଣ ଛାତ୍ରଛାତ୍ରୀ ଏକାସାଙ୍ଗରେ ବ୍ରସ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲଥ ଡେଣ୍ଟିଷ୍ଟ୍ରି ଓ କୋଲଗେଟ ପାମୋଲିବ (ଇଣ୍ଡିଆ)ର ମିଳିତ ସହଭାଗିତାରେ ଆୟୋଜିତ କରାଯାଇଥିଲା ।

ପୂର୍ବରୁ ଏହି ରେକର୍ଡ଼ ଦିଲ୍ଲୀ ପିବ୍ଲିକ ସ୍କୁଲ (ଡିପିଏସ) ପାଖରେ ରହିଥିଲା । ଡିପିଏସର ୧୬,୧୪୪ ଜଣ ଛାତ୍ର ମିଶି ଏହି ରେକର୍ଡ ସୃଷ୍ଟି କରିଥିଲେ ।

ଏହାକୁ ମିଶାଇ କିସ ତୃତୀୟ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ଜିତିଛି ।

Comments are closed.