Latest Odisha News

BREAKING NEWS

ନିଜ ବାହାଦୁରି ପାଇଁ ଆଇଆଇସି ଅରୁଣ ସ୍ବାଇଁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଘଟିଥିବା ଛୁରୀ ମାଡ଼ ଆକ୍ରମଣରୁ ପିଡ଼ିତଙ୍କୁ ଉଦ୍ଧାର କରିଥିବାରୁ ନୟାପଲି ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁଙ୍କୁ ନିଜ ବାହାଦୁରି ପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରାପ୍ତ ସୂଚନା ଅନୁଯାୟୀ, ସହର ମଧ୍ୟରେ ଥିବା ପାସପୋର୍ଟ ଅଫିସ ନିକଟରେ ଅଭୟ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଜଣେ ଦୁର୍ବୁତ୍ତ ଛୁରୀ ମାରି ଦେଇଥିଲେ ।

ଭିଆଇପି ଡ୍ୟୁଟିରେ ଯାଉଥିବା ଆଇଆଇସି ଅରୁଣ ନିଜ ଗାଡିରୁ ଡେଇଁ ଆକ୍ରମଣକାରୀର ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲେ ।

ଏଥିରେ ଗଭୀର ଭାବରେ ଆହତ ହୋଇଥିବା ସହ ଅକ୍ଷୟ ନାୟକଙ୍କୁ ଆଇଆଇସି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହି ଘଟଣାର ଆଉ ଜଣେ ଆକ୍ରମଣକାରୀଙ୍କୁ ପରେ ପୋଲିସ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଡିସିପି ଅନୁପ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.