ଭୁବନେଶ୍ୱର: ଭୁବନେଶ୍ୱର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆର୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟିମ୍ ତାଙ୍କ ସୁନ୍ଦରପଦା ସ୍ଥିତ ଘର, କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡୁଲପୁର ଗ୍ରାମର ଏବରଙ୍ଗା ସ୍ଥିତ ପେତୃକ ଘର, ଭୁବନେଶ୍ୱର ସ୍ଥିତ ଅଫିସରେ ଚଢାଉ କରିଥିଲା ।
ତେବେ ତଦନ୍ତ ବେଳେ ତାଙ୍କର ଘରର ବଜାର ମୂଲ୍ୟ ୬୬.୯୪ ଲକ୍ଷ, ଭୁବନେଶ୍ୱର ଓ ପୁରୀରେ ୭ଟି ପ୍ଲଟ୍, ବିଭିନ୍ନ ବ୍ୟାଙ୍କରେ ୯.୩୦ ଲକ୍ଷ ଟଙ୍କା ଡିପୋଜିଟ୍ ରହିଛି ବୋଲି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ଅଫିସ୍ ପକ୍ଷରୁ ସୂଚନା ମିଳିଛି ।
ଏହାଛଡା ୮ଲକ୍ଷ ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ସହିତ ୨.୪୭ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଥିବା ଜଣାପଡିଛି ।
Comments are closed.