Latest Odisha News

BREAKING NEWS

ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ

ଭୁବନେଶ୍ୱର: ଗୁଜରାଟରେ ରହୁଥିବା ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ଲାଗି ଖୁସିର ଖବର । ଆସନ୍ତା ୨୦୨୦, ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ଏହି ବିମାନ ସପ୍ତାହକୁ ୨ଥର ଲାଗି ଚଳାଚଳ କରିବ ।

ଏହି ବିମାନ ଚଳାଚଳର ସୂଚୀ:

ଭୁବନେଶ୍ୱରରୁ ସୁରଟ – ସୋମବାର ଓ ଗୁରୁବାର
ଏହି ବିମାନ ସକାଳ ୮ଟା ୪୦ରେ ଛାଡ଼ିବ ଏବଂ ଦିନ ୧୦ଟା ୪୦ରେ ପହଞ୍ଚିବ

ସୁରଟରୁ ଭୁବନେଶ୍ୱର – ଶୁକ୍ରବାର ଓ ରବିବାର

ସେଠାରୁ ଏହି ବିମାନ ୮ଟା ୩୦ରେ ଛାଡ଼ିବ ଏବଂ ପହଞ୍ଚିବ ୧୦ଟା ୩୦ରେ

ଏସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ସୂଚନାଦେବା ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏନେଇ ଏକ ପତ୍ର ମଧ୍ୟ ଲେଖିଥିଲେ । ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଏବଂ ଏୟାର ଇଣ୍ଡିଆ ସିଏମଡ଼ି ଅଶ୍ୱିନୀ ଲୋହାନୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

ଏକ ଟ୍ୱିଟ୍ ମାଧ୍ୟମରେ ଶ୍ରୀମତୀ ଷଡ଼ଙ୍ଗୀ ଏସମ୍ପର୍କୀତ ଏୟାର ଇଣ୍ଡିଆର ଏକ ପତ୍ର ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.