Latest Odisha News

BREAKING NEWS

ଯାଜପୁର ପିଇଓ ମୃତ୍ୟୁ ପ୍ରସଙ୍ଗ: ଦୁଃଖଦ ଘଟଣାକୁ ରାଜନୈତିକ ରୂପ ନ’ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମୀତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ରାଜନୈତିକ ରୂପ ନ’ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି ।

“କୌଣସି ମହିଳାଙ୍କୁ ନେଇ ରାଜନୈତିକ ରଙ୍ଗ ଦେବା ଅମାନବିକତା । ଏହି ପ୍ରକାରର ରାଜନୀତିରେ କାହାରିକୁ କିଛି ମିଳିବ ନାହିଁ,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇିବିଧାନସଭାର ସଦନ ଭିତରେ ହେଉ କିମ୍ବା ବାହାରେ ହେଉ ଭଲ ରାଜନୀତିର ଆବଶ୍ୟକତା ରହିଛି । ଏସମ୍ପର୍କରେ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା କିମ୍ବା କୌଣସି ମହିଳାଙ୍କ ମୃତ୍ୟୁ ଏହା ପ୍ରକୃତରେ ଦୁଃଖଦାୟକ ଘଟଣା । ଏହିପରି ଘଟଣାସବୁକୁ ରାଜନୈତିକ ରଙ୍ଗ ଦେବା ତାହାଠୁଁ ଅଧିକ ଦୁଃଖଦାୟକ । ସାଧାରଣ ଜନତାଙ୍କ ନିକଟରେ ଏହା ଏକ ଭୂଲ ବାର୍ତ୍ତା ପହଞ୍ଚାଉଛି ।

“ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏନେଇ ଆଶ୍ୱାସନା ପ୍ରକଟ କରୁଛି, ମହିଳାଙ୍କୁ ନେଇ କୌଣସି ବି ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ମୁଁ ପ୍ରାଥମିକତା ଦେବି । ମହିଳା କିମ୍ବା ଶିଶୁମାନଙ୍କ ବିରୋଧରେ ହେଉଥିବା ହିଂସାତ୍ମକ ଘଟଣା କିମ୍ବା ଅପରାଧ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,” ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଯଦି ତଦନ୍ତ ସନ୍ତୋଷଜନକ ନୁହେଁ ତେବେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଆଇନ ରହିଛି ।

ସ୍ମିତାରାଣୀ ମୃତ୍ୟୁ ଘଟଣାର ତଦନ୍ତରେ ଶୀଥିଳତା ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି, ରାଜ୍ୟରେ ୪ଟି ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଏହା ସମ୍ଭବ ହେଉଛି ଠିକ୍ ତଦନ୍ତ ଯୋଗୁଁ ।

Leave A Reply

Your email address will not be published.