Latest Odisha News

BREAKING NEWS

କିଲର ‘ଥାର୍‌’ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Bhubaneswar thar tragedy: Odisha CM announces Rs 4 lakh compensation for each deceased

ଭୁବନେଶ୍ୱର: ନିକଟରେ ପାତ୍ରପଡ଼ା V2 ସମୁଖରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷର ଝିଅର ଜୀବନ ଚାଲିଯାଇଥିଲା ବେଳେ ମା’ଙ୍କ ମଧ୍ୟ ଦେହାନ୍ତ ହୋଇଛି। ଯାହାପରେ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଜାଗୃତି ରାଉଳ ଏବଂ ରେବତୀ ରାଉଳଙ୍କ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାସ୍ତା ପାରି ହେବା ସମୟ ରେ ପଛରୁ ଥାର ଦ୍ରୁତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଥିଲା ଉକ୍ତ ଥାର୍‌ ଗାଡି। ଜଟଣୀ ଥାନା ନିକଟରେ ଥାର୍‌ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର୍ ।

 

Comments are closed.