Latest Odisha News

BREAKING NEWS

ପାକିସ୍ତାନ ଦଳ ମଧ୍ୟ ବୋତଲ ଠିପିରେ ବଲ ଟ୍ୟାମ୍ପରିଂ କରୁଥିଲେ : ସୋଏବ

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ୱାଜାଙ୍କ ଆତ୍ମଜୀବନୀରେ ୨୦୧୮ର ସ୍ୟାଣ୍ଡପେପରଗେଟ ବଲ୍ ଟ୍ୟାମ୍ପରିଂ ଘଟଣାକୁ ନେଇ ନୂଆ ଖୁଲାସା ପରେ ବିଶ୍ୱ କ୍ରିକେଟରେ ପୁଣି ଥରେ ଏହି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାରି ଭିତରେ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଏହି ଘଟଣାକୁ ନେଇ ଅଯଥା ହଙ୍ଗାମା ନ କରିବାକୁ ପରାମର୍ଶ ଦେବା ସହ ପାକିସ୍ତାନ ଦଳ ମଧ୍ୟ ବୋତଲ ଠିପି ବ୍ୟବହାର କରି ବଲ୍ ଟ୍ୟାମ୍ପରିଂ କରୁଥିବା ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଖ୍ୱାଜା ତାଙ୍କ ବହିରେ ଦାବି କରିଛନ୍ତି ଯେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍ ଟାଉନ୍ ଟେଷ୍ଟରେ ବାଲି କାଗଜ ବ୍ୟବହାର ବିଷୟରେ ସମଗ୍ର ଅଷ୍ଟ୍ରେଲିଆ ଦଳ ଅବଗତ ଥିଲା ଏବଂ ଏହା ପୂର୍ବରୁ ପୋର୍ଟ ଏଲିଜାବେଥ୍ ଟେଷ୍ଟରେ ମଧ୍ୟ ଏଭଳି କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କ୍ରିକେଟ୍ ଅଷ୍ଟ୍ରେଲିଆର ତଦନ୍ତରେ କେବଳ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ୱାର୍ନର ଏବଂ କ୍ୟାମେରନ୍ ବ୍ୟାଙ୍କ୍ରଫ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।  ଅଖତର କହିଛନ୍ତି ଯେ ଏଥିରେ ଏତେ ହଙ୍ଗାମା କରିବାର ଆବଶ୍ୟକତା ନାହିଁ ।

ଇଂଲଣ୍ଡରେ ଖେଳିବା ସମୟରେ ସେମାନେ ବାଲି କାଗଜ ବଦଳରେ ବୋତଲ ଠିପି ବ୍ୟବହାର କରୁଥିଲେ ଏବଂ ବଲ୍ ବଦଳାଇବା ଭଳି ଅନେକ କାମ କରୁଥିଲେ । ଖ୍ୱାଜାଙ୍କ ଦାବିକୁ ସମର୍ଥନ କରି ଅଖତର କହିଛନ୍ତି ଯେ ଏଭଳି ଘଟଣା କେବଳ ଦୁଇ-ତିନି ଜଣ ଖେଳାଳିଙ୍କ ନିଷ୍ପତ୍ତି ହୋଇନପାରେ, ଏହା ନିଶ୍ଚିତ ଭାବେ ଏକ ଦଳଗତ ନିଷ୍ପତ୍ତି । ରିଭର୍ସ ସୁଇଂ ନ ମିଳିଲେ ମ୍ୟାଚ୍ ଜିତିବା କଷ୍ଟକର ଥିଲା, ତେଣୁ ପୂରା ଦଳ ଏ ବିଷୟରେ ଜାଣିଥିଲା । ତେବେ ଖ୍ୱାଜା ସତ କହିଥିଲେ ହେଁ ଏହି ଖୁଲାସାର ସମୟ ଆଉ ଟିକେ ଭଲ ହୋଇପାରିଥାନ୍ତା ବୋଲି ସେ ମତ ଦେଇଛନ୍ତି ।  ଅଖତର ଆହୁରି କହିଛନ୍ତି ଯେ ତାଙ୍କ ପୁରୁଣା ସାଥୀ ଖେଳାଳିମାନଙ୍କ ବିଷୟରେ ତାଙ୍କର କହିବାକୁ ଅନେକ କିଛି ଅଛି, କିନ୍ତୁ ସେ କାହାକୁ ଅଡ଼ୁଆରେ ପକାଇବାକୁ ଚାହାଁନ୍ତି ନାହିଁ ।

Leave A Reply

Your email address will not be published.