ଭୁବନେଶ୍ବର: ହାଇୱେ ଉପରେ ଷ୍ଟାଇଲ୍ ମାରିବା ମହଙ୍ଗା ପଡିଲା । ସିଧା ୧୦ ହଜାର ଜରିମାନା ଗଣିଲେ ଯୁବକ । ଗତ ଗୁରୁବାର ଭୁବନେଶ୍ୱରରେ ଦୁଇଜଣ ବ୍ୟକ୍ତି ଚଳନ୍ତା କାର ଡୋର ଖୋଲି ଗାଡିରୁ ଅଧା ବାହାରି, ଯାତ୍ରା ସମୟରେ ରାସ୍ତା ଉପରେ ଆତଙ୍କ ସୃଷ୍ଟି କରି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିଥିଲା । ଯେତେବେଳେ କି ହାଇଓ୍ବେଟା ପୂରା ଯାତ୍ରୀପୂର୍ଣ୍ଣ ରହିଥିଲା । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଦୁଇ ଯୁବକଙ୍କୁ ଏକ ବଡ଼ ଜରିମାନା ଭରିବାକୁ ପଡିଛି ।
ପଳାସୁଣୀ ଓଭରବ୍ରିଜରେ କାରଟି କଟକରୁ ଭୁବନେଶ୍ୱର ଯାଉଥିବା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ପରେ, ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲଗାଇଛି।
ମିଳିଥିବା ସୂଚନା ଅନୁସାରେ, ଚାଲାଣ କାର୍ ମାଲିକଙ୍କ ଘରକୁ ପଠାଯାଇଛି। ଯଦି ମାଲିକ ଜରିମାନା ନ ଦିଅନ୍ତି, ତେବେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ। ତେବେ ଯୁବକ ଚଲାଉଥିବା କାରଟି ଏକ ସଂଗଠନର, ଏବଂ ରାସ୍ତାରେ ଯାତ୍ରା କରୁଥିବା ସମୟରେ, ଏଥିରେ ଥିବା ପ୍ରାୟ ଦୁଇ ଜଣ ବ୍ୟକ୍ତି ବିପଦପୂର୍ଣ୍ଣ ଭାବରେ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଦେଖାଉଥିଲେ। ଗାଡିର ଡ୍ରାଇଭର ମଧ୍ୟ ବିଭିନ୍ନ ପ୍ରକାରର ଷ୍ଟଣ୍ଟ ଦେଖାଉଥିଲେ । ସୌଭାଗ୍ୟବଶତଃ, ବିପଦପୂର୍ଣ୍ଣ ଷ୍ଟଣ୍ଟ ଯୋଗୁଁ ରାସ୍ତାରେ କେହି ଆହତ ହୋଇ ନାହାଁନ୍ତି।
ତେବେ ଏବେ ସଡକ ଦୁର୍ଘଟଣା ମାମଲା ବଢୁଥିବା ବେଳେ ପରିବହନ ବିଭାଗ ନିୟମକୁ ନେଇ କଠୋର ହୋଇଛି । ଆଉ ଅନେକ ସମୟରେ ଯୁବକ ଯୁବତୀ ଲୋକପ୍ରିୟ ହେବା ନିଶାରେ ରାସ୍ତାରା ମଝିରେ ଏଭଳି ଦୁଃସାହାସିକ ଷ୍ଟଣ୍ଟ ଦେଖାଇ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ଯାହାକୁ ନେଇ ପରିବହନ ବିଭାଗ ରାଜ୍ୟରେ ରାସ୍ତାରେ ଷ୍ଟଣ୍ଟ ଦେଖାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ନିୟମିତ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ଗାଡିର ପଞ୍ଜିକରଣ ନମ୍ବର ମଧ୍ୟ ବାତିଲ ହୋଇପାରେ ।
Comments are closed.