Latest Odisha News

BREAKING NEWS

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବକ ତାଙ୍କ ଭିଣୋଇଙ୍କ ଠାରୁ କାର୍ ଲୁଟ୍ କରିବା ପରେ ଶୁକ୍ରବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରୁଦ୍ର ପ୍ରତାପ ମହାନ୍ତି।

ସୂଚନା ଅନୁଯାୟୀ, ରୁଦ୍ର ମହାନ୍ତିଙ୍କର କାର୍ ପ୍ରତି ଭଲପାଇବା ଥିଲା। ତେଣୁ ସେ ତାଙ୍କ ଭିଣୋଇଙ୍କ ଗାଡ଼ି ଚୋରି କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଏଥିପାଇଁ ସେ ତାଙ୍କ ଭିଣୋଇଙ୍କୁ ନକଲି ବନ୍ଧୁକ ଦେଖାଇ ଧମକ ଦେବା ସହ ଗୁରୁବାର ତାଙ୍କ ଗାଡ଼ିକୁ କାବୁ କରିନେଇଥିଲେ।

ତେବେ ଏ ନେଇ ରୁଦ୍ର ମହାନ୍ତିଙ୍କ ଭିଣୋଇ ଏୟାରଫିଲ୍ଡ ପୁଲିସକୁ ଖବର ଦେବା ପରେ ସେ କାର୍ ନେଇ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ମଝି ରାସ୍ତାରେ ରୁଦ୍ର ମହାନ୍ତିଙ୍କୁ କାବୁ କରିଥିଲେ। ରୁଦ୍ର ମହାନ୍ତି ତାଙ୍କ ଭିଣୋଇଙ୍କୁ ଯେଉଁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ତାହା ମଧ୍ୟ ପୁଲିସ ଜବତ କରିଛି। କିନ୍ତୁ ପରେ ଜଣାପଡ଼ିଥିଲା ଯେ ବନ୍ଧୁକଟି ନକଲି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.