Latest Odisha News

BREAKING NEWS

ରଜନୀକାନ୍ତ କଲେ ଭବିଷ୍ୟବାଣୀ: ବିଶ୍ୱକପ୍ ଜିତିବ ଭାରତ

ମୁମ୍ବାଇ: ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍ ଜିତିଛି ଭାରତ । ଏବେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି । କାରଣ ଏହି ଦିନ ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ-୨୦୨୩ ର ଫାଇନାଲ ମ୍ୟାଚ୍ ଖେଳାଯିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ ।

ଗତ ୧୫ ତାରିଖରେ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଏହାର ସେମିଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ଭାରତ ନିଜର ସ୍ଥାନ ହାସଲ କରିଛି । ଏହି ମ୍ୟାଚ ଦେଖିବା ପାଇଁ ଅନେକ କଳାକାର ଷ୍ଟାଡ଼ିୟମରେ ଭିଡ଼ ଜମାଇଥିଲେ । ରଜନୀକାନ୍ତ, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, ସାହିଦ କପୁର, ରଣବୀର କପୁରଙ୍କ ସମେତ ଅନେକ ସେଲିବ୍ରିଟି ଷ୍ଟାଡିୟମରେ ପହଞ୍ଚି ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିଥିଲେ ।

ଏବେ ସୁପରଷ୍ଟାର ରଜନୀକାନ୍ତ ଫାଇନାଲ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଫାଇନାଲରେ ବିଜେତା କିଏ ହେବ ତାହା ମଧ୍ୟ ପୂର୍ବାନୁମାନ କରିଛନ୍ତି । ରଜନୀକାନ୍ତ କହିଛନ୍ତି, ସେମି ଫାଇନାଲରେ ପ୍ରଥମେ ମୁଁ ଭୟଭୀତ ଅନୁଭବ କରୁଥିଲି । ପରେ, ଯେତେବେଳେ ୱିକେଟ୍ ଖସିବାରେ ଲାଗିଲା, ସବୁକିଛି ଠିକ୍ ହୋଇଗଲା । ଏବେ ମୁଁ ୧୦୦% ନିଶ୍ଚିତ ଯେ ବିଶ୍ୱକପ୍ ଆମର । ଅର୍ଥାତ ବିଶ୍ୱକପ୍‌ର ବିଜେତା ଭାରତ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Leave A Reply

Your email address will not be published.