Latest Odisha News

BREAKING NEWS

ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ, ୧୫ ଦିନରେ ଆସିବ ନୂଆ ନିୟମ !

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ୧୫ ଦିନରେ ନୂଆ ନିୟମ ଆସିବ। ଏହି ୫ଟି ନିଷ୍ପତ୍ତିଗୁଡିକ ହେଲା- ଶ୍ରମିକ ଓ ସାମଗ୍ରୀ ପାଇଁ ରହିବ ସମାନ ଦର। ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ନନ୍ଦନକାନନ ପାଇଁ ନୂଆ ରାସ୍ତା। ୩୧ ମାର୍ଚ୍ଚ ପୂର୍ବରୁ ସରିବ ସବୁ କାମ। ଖୁବଶୀଘ୍ର କ୍ଲିୟର ହେବ ବାକି ବିଲ୍। ବୈଠକର ମୁଖ୍ୟ ନିଷ୍ପତ୍ତି ଗୁଡ଼ିକ ହେଲା ସମାନ ଦର ଲାଗୁ, ଆସନ୍ତା ୧୫ ଦିନ ମଧ୍ୟରେ ସଂଶୋଧିତ ଦର ତାଲିକା ମଞ୍ଜୁର ହେବ।

ଏହାଦ୍ୱାରା ନିର୍ମାଣ ସାମଗ୍ରୀ, ଶ୍ରମିକ ମଜୁରୀ ଏବଂ ଯନ୍ତ୍ରପାତି ପାଇଁ ସବୁଆଡ଼େ ସମାନ ଦର ରହିବ। ଟେଣ୍ଡର ପ୍ରକ୍ରିୟାରେ ସଂସ୍କାର, ଟେଣ୍ଡର ପ୍ରକ୍ରିୟାରେ ବଡ଼ ଧରଣର ପ୍ରଶାସନିକ ସଂସ୍କାର ଅଣାଯିବ। ପ୍ରତିଟି ସ୍ତରରେ ଟେଣ୍ଡର ମଞ୍ଜୁର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯିବ। ଟ୍ରାଫିକ ସମସ୍ୟାର ସମାଧାନ, ଭୁବନେଶ୍ୱରର ଟ୍ରାଫିକ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି।

ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସମାନ୍ତରାଳ ରାସ୍ତା କାମକୁ ପ୍ରାଥମିକତା ଭିତ୍ତିରେ ଶେଷ କରାଯିବ। ଓଡ଼ିଶା ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ରାସ୍ତା ନିର୍ମାଣ ଓ ଗବେଷଣା ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠାନ ‘Odisha Road Research Institute’ ସ୍ଥାପନ କରାଯିବ। ଖର୍ଚ୍ଚ ଲକ୍ଷ୍ୟ ଓ ବାକି ବିଲ୍, ମାର୍ଚ୍ଚ ୩୧ ପୂର୍ବରୁ ସମସ୍ତ ବିଭାଗୀୟ ଖର୍ଚ୍ଚର ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଭିନ୍ନ ଡିଭିଜନର ବାକି ରହିଥିବା ବିଲ୍ ଗୁଡ଼ିକୁ ତୁରନ୍ତ ପଇଠ କରାଯିବ।

Leave A Reply

Your email address will not be published.