Latest Odisha News

BREAKING NEWS

ଭୁପେନ୍ଦ୍ର ପଟେଲ ହେବେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାର ଦିନ ବିଜେପିର ବିଜୟ ରୂପାନୀ ହଠାତ୍ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେବା ପରେ କିଏ ତାଙ୍କ ସ୍ଥାନ ନେବେ ତାହା ବଡ ପ୍ରଶ୍ନ ଥିଲା। ଶନିବାର ବିଜୟ ରୂପାନୀଙ୍କ ଇସ୍ତଫା ପରେ ବିଜେପି ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଭୁପେନ୍ଦ୍ର ପଟେଲ ଗୁଜୁରାଟର ନୂତନ ସିଏମ୍ ହୋଇପାରନ୍ତି। ଗାନ୍ଧିନଗରରେ ବିଜେପି ବିଧାନସଭା ଦଳର ବୈଠକ ପରେ ଏହି ଘୋଷଣା କରାଯାଇଛି।

ଭୁପେନ୍ଦ୍ର ପଟେଲ ଗୁଜରାଟର ଘାଟଲୋଡିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧୀ। ସେ କଂଗ୍ରେସ ଦଳର ଶଶିକାନ୍ତ ପଟେଲଙ୍କ ବିରୋଧରେ ୧,୧୭,୦୦୦ ଭୋଟ ବ୍ୟବଧାନରେ ଜିତିଥିଲେ।

ପଟେଲ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ର ସ୍ଥାୟୀ କମିଟିର ପୂର୍ବତନ ଅଧ୍ୟକ୍ଷ ଥିଲେ।

Comments are closed.