Latest Odisha News

BREAKING NEWS

ସିଏଚଏସଇର ଅଧ୍ୟକ୍ଷ ଭାବେ ଭୁପେନ୍ଦ୍ର ସିଂ ପୁନିଆଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଭୁପେନ୍ଦ୍ର ସିଂ ପୁନିଆ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅମରେନ୍ଦ୍ର ପଟ୍ଟନାୟକଙ୍କ ସେବାନିବୃତ୍ତି ପରେ ଏହି ୨୦୦୮-ବ୍ୟାଚର ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଏବଂ ବାକି ଷ୍ଟ୍ରିମର ଅବଶିଷ୍ଟ ବିଷୟଗୁଡିକର ସୁଚାରୁ ରୂପେ ପରିଚାଳନା ପରିଷଦ ପାଇଁ ଏକ ବଡ଼ ଆହ୍ୱାନ । “ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ପରିଷଦର ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି କୋଭିଡ -୧୯ ଗାଇଡଲାଇନକୁ କଡାକଡି ପାଳନ କରି ଠିକ ସମୟରେ ଯୁକ୍ତ ୨ର ରେଜଲ୍ଟ ଘୋଷଣା କରିବା”।

Comments are closed.