Latest Odisha News

BREAKING NEWS

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ମନୋବଳ ବଢାଇଲେ ଦୁଇ ଛାତ୍ରୀ

ଗଞ୍ଜାମ: ଏହି ସଙ୍କଟ ସମୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ମନୋବଳ ବଢାଇବା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଉତ୍ସାହ ଜନକ କାର୍ଯ୍ୟ କରାଯାଉଛି। ଏହି ଧାରାରେ ସାମିଲ ହୋଇଛନ୍ତି ଦୁଇ କୁନି ଝିଅ । କୋଭିଡ ଯୋଦ୍ଧାଙ୍କା ମନୋବଳ ଦୃଢ଼ କରାଇବା ପାଇଁ ଆଗେଇ ଆସିଛନ୍ତି ଏମାନେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦାର ଦୁଇ ନବମ ଶ୍ରେଣୀ ଛାତ୍ରୀ ସ୍ମୃତି ରେଖା ଜେନା ଓ ଶୁଭ ଦର୍ଶନୀ ଜେନା। ପଞ୍ଚାୟତର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ, ପାଚିକା , ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକ ,ସରପଞ୍ଚ ଓ ସ୍ବେଛାସେବୀ ମାନଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରିବା ସହ ଏହି ଯୁଦ୍ଧରେ ସେମାନେ ବିଜୟୀ ହୁଅନ୍ତୁ ବୋଲି କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଛାତ୍ରୀ ସ୍ମୃତି ରେଖାଙ୍କ ମାଆ ମଧ୍ୟ ଜଣେ କରୋନା ଯୋଦ୍ଧା ଯିଏ କି ଗୌଡିଆବୋରଦା କ୍ୱାରେଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଅଛନ୍ତି ଏବଂ ସିଏ ନିଜ ମାଙ୍କ ଠାରୁ ଅନୁପ୍ରାଣିତ ହୋଇ ଏପରି କରିଥିବା କହିଛନ୍ତି । ଦୁଇ ଛାତ୍ରୀଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.