Latest Odisha News

କେତେ ଧନୀ ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସଲା, ଜାଣନ୍ତୁ ତାଙ୍କ ସହ ଜଡିତ କିଛି କଥା…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଖୋସଲା ନିଜ ସ୍ଵାମୀଙ୍କ ସରନେମ ‘କୁମାର’କୁ ହଟାଇ କେବଳ ଦିବ୍ୟା ଖୋସଲା ରଖିଛନ୍ତି । ତେବେ ଜ୍ୟୋତିଷଙ୍କ ପରାମର୍ଶରେ ଦିବ୍ୟା ଏପରି କରିଥିବା ଜଣାପଡିଛି । ତେବେ ଏଥିପାଇଁ ଦିବ୍ୟା ତାଙ୍କ ସ୍ଵାମୀଙ୍କୁ ଛାଡପତ୍ର ଦେବା କଥା ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ଦିବ୍ୟାଙ୍କ ମୁଖପାତ୍ର ଏନେଇ ସ୍ପଷ୍ଟିକରଣ ଦେଇଥିଲେ । ଦିବ୍ୟାଙ୍କ ମୁଖପାତ୍ର କହିଛନ୍ତି ଯେ, ଜ୍ୟୋତିଷ ଶାସ୍ତ୍ରୀଙ୍କ କହିବା ଅନୁସାରେ ଦିବ୍ୟା ଏପରି କରିଛନ୍ତି । ତେବେ ଭୂଷଣ ଓ ଦିବ୍ୟାଙ୍କ ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ଚାଲିଥିବା କଥା ସେ କହିଛନ୍ତି ।

ଦିବ୍ୟା ଖୋସଲାଙ୍କ କଥା ଯେମିତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ତାଙ୍କର ପ୍ରଶଂସକମାନେ ଏନେଇ ଭିନ୍ନ ଭିନ୍ନ କଥା କହିବାକୁ ଲାଗିଲେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଦିବ୍ୟା ଖୋସଲା କେତେ ଧନୀ । ତାଙ୍କ ପାଖରେ କେତେ ସମ୍ପତ୍ତି ଅଛି । ଆସନ୍ତୁ ଜାଣିବା ସେ ବିଷୟରେ…

୨୦୦୫ ମସିହାରେ, ଦିବ୍ୟା ଟି-ସିରିଜ୍ କମ୍ପାନୀର ମାଲିକ ଭୂଷଣ କୁମାରଙ୍କୁ ବିବାହ କରିଥିଲେ । ଟି-ସିରିଜର ପ୍ରତିଷ୍ଠାତା ଥିଲେ ଗୁଲଶନ କୁମାର ଯିଏକି ନୋଏଡା ଠାରେ ଏହାର କମ୍ପାନୀ ଖୋଲିଥିଲେ | ଆଜି ଏହି କମ୍ପାନୀର ମୂଲ୍ୟ ୪ ହଜାର କୋଟିରୁ ଅଧିକ | ରିପୋର୍ଟ ଅନୁଯାୟୀ, ଦିବ୍ୟା ଖୋସଲାଙ୍କ ସମ୍ପତ୍ତି ପ୍ରାୟ ୨୦୬ କୋଟି ଟଙ୍କା । ଦିବ୍ୟା ଜଣେ ଚଳଚ୍ଚିତ୍ର ନିର୍ମାତା, ଏହା ବ୍ୟତୀତ ସେ ନିର୍ଦ୍ଦେଶନା ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି |

ଦିବ୍ୟାଙ୍କର ମାସିକ ରୋଜଗାର ପ୍ରାୟ ୨୪ କୋଟି ଟଙ୍କା । ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ଅଛି, ଯେଉଁଥିରେ ଅଡି A8L, ରୋଲ୍ସ-ରୋଏସ୍ କୁଲିନାନ୍ ଏବଂ ବେଣ୍ଟଲି ଫ୍ଲାଇଙ୍ଗ୍ ସ୍ପର ଭଳି କାର ଅନ୍ତର୍ଭୁକ୍ତ | ତେବେ ଦିବ୍ୟା ଖୋସଲାଙ୍କ ପିତାଙ୍କର ଦିଲ୍ଲୀରେ ଏକ ପ୍ରିଣ୍ଟିଂ ପ୍ରେସ ଅଛି । ଦିବ୍ୟା ଖୋସଲା ‘ୟାରିୟାଁ’ (୨୦୧୪), ‘କ୍ଲାସ୍ ଅଫ୍ ୨୦୧୩’ ଏବଂ ‘ସନମ ରେ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି | ସେହିପରି ୟାରିୟାଁ ୨, ସତ୍ୟମେଭ ଜୟତେ ୨, ସତ୍ୟମେବ, ଅବ ତୁମହାରେ ହୱାଲେ ୱତନ ସାଥିଓ ଭଳି ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ୧୯୯୭ ମସିହାରେ ଫାଲଗୁନି ପାଠକଙ୍କ ଗୀତ ‘ଆୟୋ ରାମା’ରେ ପ୍ରଥମେ ଦିବ୍ୟା ଖୋସଲାଙ୍କୁ ଦେଖିବାକୁ ମିଳିଥିଲା । ଏହା ପରେ ସେ ଅନେକ ମ୍ୟୁଜିକ୍ ଆଲବମରେ କାମ କରିଥିଲେ, ସେଥିମଧ୍ୟରୁ ଗୋଟିଏ ସଲମାନ ଖାନଙ୍କ ସହିତ ମଧ୍ୟ ଥିଲା |

Comments are closed.