Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଓଡିଶା ସରକାର

ଭୁବନେଶ୍ୱର: କରୋନାଭାଇରସର ପ୍ରକୋପ କାରଣରୁ ଶିକ୍ଷାନୁଷ୍ଠାନ ଗୁଡିକୁ ବାଧ୍ୟ ହୋଇ ବନ୍ଦ କରାଯାଇଛି । ସେଥିପାଇଁ ଓଡିଶା ସରକାର ସ୍କୁଲ ଗୁଡିକରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଯୋଜନା ଉପରେ କାମ କରୁଛନ୍ତି । ଯଦ୍ୱାରା ଭବିଷ୍ୟତରେ ପାଠପଢ଼ାରେ କୌଣସି ବାଧକ ଆସିନପାରୁ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିନ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, “କରୋନା ଭଳି ସ୍ଥିତି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାର ନୂଆ ଉପାୟ ଖୋଜିବା ପାଇଁ ସରକାରଙ୍କୁ ବାଧ୍ୟ କରିଛି । ଥରେ ଲକଡାଉନ ବନ୍ଦ ହୋଇଗଲେ ଆମେ ଭବିଷ୍ୟତରେ ଏଭଳି ସ୍ଥିତିର ମୁକାବିଲା ପାଇଁ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦେବାର ଯୋଜନା ପ୍ରସ୍ତୁତ କରିବୁ ।”

ଲକଡାଉନ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଅନଲାଇନ କ୍ଲାସ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । କିନ୍ତୁ ଭିତ୍ତିଭୂମି ସୁବିଧାର ଅଭାବ କାରଣରୁ ସରକାରୀ ସ୍କୁଲ ଗୁଡିକରେ ଏମିତି ହୋଇପାରୁନି ।

Leave A Reply

Your email address will not be published.