Latest Odisha News

BREAKING NEWS

ଆଇପିଏଲରେ ଭୁବନେଶ୍ୱର ରଚିଲେ ଇତିହାସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଟାଇଟଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଜିତିଛି । ଏଥିରେ ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ପଞ୍ଜାବ କିଙ୍ଗସ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୩୮ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଭୁବନେଶ୍ୱର ଆଇପିଏଲରେ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ସେ ପ୍ରଥମ ପେସ ବୋଲର ଭାବେ ୭୦୦ ଓଭର ବୋଲିଂ କରିଛନ୍ତି । ଯାହାକି ଏକ ରେକର୍ଡ । ୫୫୬.୧ ଓଭର ସହ ଯଶପ୍ରୀତ ବୁମରାହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଡ୍ୱେନ ବ୍ରାଭୋ( ୫୧୯.୫), ଉମେଶ ଯାଦବ (୫୦୮.୨), ସନ୍ଦୀପ ଶର୍ମା(୫୦୬.୫) ଓ ଲାସିଥ ମାଲିଙ୍ଗା(୪୭୧.୧) ଓଭର ବୋଲିଂ କରି ତୃତୀୟରୁ ଷଷ୍ଠ ସ୍ଥାନ ମଧ୍ୟରେ ରହିଛନ୍ତି । ୧୮ ବର୍ଷ ପରେ ଆଇପିଏଲରେ ପ୍ରଥମ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଦଳର ସମସ୍ତ ଖେଳାଳିଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁ ପ୍ରଶଂସକମାନଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଇପିଏଲରେ ଚେନ୍ନାcଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଲେଖାଏଁ ଟାଇଟଲ ଜିିତିଛନ୍ତି ।

 

 

Comments are closed.