ମୀରଟ: ଭାରତୀୟ କ୍ରିକେଟର ଦଳର ଷ୍ଟାର ପେସର ଭୁବନେଶ୍ୱର କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଛି । ଭୁବନେଶ୍ୱର ଏବଂ ତାଙ୍କ ପତ୍ନୀ ସାମ୍ପୁଲ ଟେଷ୍ଟ ପାଇଁ ଦେଇଛନ୍ତି । ଏହାର ରିପୋର୍ଟ ଆସି ନାହିଁ । ଉଭୟ ଏବେ କ୍ୱାରେଂଟାଇନରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ମାଆ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।
ସୂଚନାଯୋଗ୍ୟ, ଆଗମୀ ଇଂଲଣ୍ଡ ଗସ୍ତ ପାଇଁ ଭୁବନେଶ୍ୱରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ । ଟିମ୍ ଇଣ୍ଡିଆ ୨ ଜୁନରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଏବଂ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ।
Comments are closed.