Latest Odisha News

BREAKING NEWS

ରାଜଧାନୀରୁ ସାଇକେଲ ଚୋରି ଗ୍ୟାଙ୍ଗ ଗିରଫ, ୮ ସାଇକେଲ ଜବତ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ସାଇକେଲ ଚୋରି ଗ୍ୟାଙ୍ଗ । ଗତକାଲି ସକାଳେ ରେ ବିଭୁତି ପରିଡା ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଆଇଡି ପରିବା ମାର୍କେଟ୍ ରେ ତାଙ୍କ ରୋଡିସ୍ ବ୍ରାଣ୍ଡ ର ସବୁଜ ଓ କଳା ରଙ୍ଗର ସାଇକେଲକୁ ଏକ ସ୍ଥାନରେ ରଖି ପରିବା କିଣିବାକୁ ଯାଇଥିଲେ । ହେଲେ ପରିବା କିଣିସାରି ଫେରିବାବାବେଳକୁ ଘଟଣାସ୍ଥଳରେ ସେ ତାଙ୍କ ସାଇକେଲଟିକୁ ନପାଇ ଆଖ ପାଖ ଅଞ୍ଚଳରେ ଦୀର୍ଘ ଏକ ଘଣ୍ଟା ଧରି ଖୋଜି ବୁଲିଥିଲେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରା ଉଚରା କରିଥିଲେ । ହେଲେ ସେ ଏଥିରେ ନିରାଶ ହୋଇଥିଲେ ।

ଏହାପରେ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ଘଟଣାରେ 5 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ କାଳିଆ ଗୌଡ(35), ସନ୍ତୋଷ ପୃଷ୍ଟି(20), କାଳିଆ ମୁଦୁଲି(42), ଏସ କେ ଅବଦ୍ଦୁଲ(24), ଓ ଇନ୍ଦ୍ରମଣି ପରିଡା । 5 ଜଣଙ୍କ ମଧ୍ୟରୁ 2 ଜଣ ଗଞ୍ଜାମର ହୋଇଥିବାବେଳେ, ଆଉ ଜଣେ ଜଟଣୀ ରାଜାବଜାର, ଜଣେ ନୟାଗଡ ଓ ଅନ୍ୟଜଣେ ଅଭିଯୁକ୍ତ ଭୁବନେଶ୍ବର ମୈତ୍ରୀ ବିହାରର ବୋଲି ଜଣାପଡିଛି ।

ତେବେ ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ଘଟଣାରେ 8 ଟି ସାଇକେଲ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ ।

Leave A Reply

Your email address will not be published.