Latest Odisha News

BREAKING NEWS

Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ପୂର୍ବରୁ ଫେକ୍ PMO ପରିଚୟପତ୍ର ଦେଖାଇ ଚର୍ଚ୍ଚାକୁ ଆସିଥିବା ରୋହନ ପାରେଖ ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରେ ରୋହନ PMOରୁ କୌଣସି ଅଧିକାରିକ ଇ-ମେଲ୍ ପାଇନଥିବା କଥା ସାମ୍ନାକୁ ଆସିଥିବା ବେଳେ, ତାଙ୍କ ବାପା ପ୍ରେମଲ ପାରେଖଙ୍କ ବ୍ୟବହାରକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ରୋହନଙ୍କୁ ନେଇ କ୍ରାଇମ୍ ବ୍ରାଞ୍ଚ ତାଙ୍କ ବାପା ପ୍ରେମଲ ପାରେଖଙ୍କୁ ପଚରାଉଚରା କରିଥିଲା। ଏହା ପରେ କିଚି ସାମ୍ବାଦିକ ଟିମ୍ ତାଙ୍କୁ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲା। ପ୍ରଥମେ କ୍ୟାମେରା ବିନା କଥା ହେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଉତ୍ତର ଦେବା ବଦଳରେ ଉତ୍ତେଜିତ ହୋଇଯାଇଥିଲେ। ପରେ କ୍ୟାମେରା ଉପରକୁ ଆକ୍ରମଣ କରିଥିଲେ । ହଠାତ୍ କ୍ୟାମେରାକୁ ଆଘାତ ଦେବା ପାଇଁ ଉଠାଇ ସେଠାରୁ ଚାଲିଯାଇଥିଲେ। ପଚରାଉଚରା ଶେଷ ହେବା ପରେ ରୋହନଙ୍କ ପରିବାର ଏକ ଲକ୍ସୁରୀ କାର୍‌ରେ ସେଠାରୁ ବାହାରିଥିଲେ।

ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହି ଘଟଣାଟି ଘଟିଥିଲା। ୨୪ ବର୍ଷୀୟ ରୋହନ ପାରେଖ ଓ ୪୯ ବର୍ଷୀୟ ଦିଲୀପ କୁଣ୍ଡେ ସେଠାରେ ପହଞ୍ଚିଥିଲେ। ସୁରକ୍ଷା ଯାଞ୍ଚ ସମୟରେ ରୋହନଙ୍କ ସହ ଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଅସ୍ତ୍ର ଥିବାରୁ ସୁରକ୍ଷାକର୍ମୀ ସନ୍ଦେହ କରିଥିଲେ। ଏହାପରେ ରୋହନ ନିଜକୁ PMO ଅଧିକାରୀ ବୋଲି ଦାବି କରି ଏକ ପରିଚୟପତ୍ର ଦେଖାଇଥିଲେ। ଯାଞ୍ଚ ପରେ ପରିଚୟପତ୍ରଟି ଫେକ୍ ବୋଲି ସନ୍ଦେହ ହୋଇଥିଲା। ଘଟଣା ପରେ ରୋହନ ଓ ଦିଲୀପଙ୍କୁ ଗିରଫ କରାଯାଇଥିଲା। ମାମଲାର ତଦନ୍ତ ଏବେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ କରୁଛି। ଉଭୟଙ୍କୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଘଟଣାରେ ଆଉ ଜଣେ ସହଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି ଏବଂ ତାଙ୍କୁ ଖୋଜା ଚାଲିଛି।

ସବୁଠାରୁ ବଡ଼ କଥା ହେଉଛି, ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି ଯେ ଏହି ଘଟଣାର ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୬’ କାର୍ଯ୍ୟକ୍ରମ ସହ କୌଣସି ସିଧା ସମ୍ପର୍କ ଥିବା ପ୍ରମାଣ ମିଳିନାହିଁ। ଅର୍ଥାତ୍ PMଙ୍କ କାର୍ଯ୍ୟକ୍ରମକୁ ଟାର୍ଗେଟ୍ କରି ଏହି ଘଟଣା ଘଟିଥିଲା ବୋଲି ବର୍ତ୍ତମାନ ସୁଦ୍ଧା ପୋଲିସ କହିନାହିଁ। ଏବେ ପୋଲିସର ତଦନ୍ତରେ ମୁଖ୍ୟ ପ୍ରଶ୍ନ ହେଉଛି, ଫେକ୍ PMO ପରିଚୟପତ୍ର ରୋହନଙ୍କ ପାଖକୁ କେମିତି ଆସିଲା ଏବଂ ଏହା ପଛରେ ଆଉ କିଏ କିଏ ରହିଛନ୍ତି? ସେନେଇ ଖୋଳତାଡ କରୁଛି ପୋଲିସ୍ ।

Leave A Reply

Your email address will not be published.