Latest Odisha News

ଆମେରିକାର ସର୍ବୋଚ୍ଚ ସମ୍ମାନ “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ”, ଜାଣନ୍ତୁ ଏଥିରେ କଣ ଦିଆଯାଏ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଶିଳ୍ପପତି ଜର୍ଜ ସୋରସଙ୍କ ସମେତ ୧୯ଜଣ ଜଣାଶୁଣା ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ”ରେ ଅଳଙ୍କୃତ କରିଛନ୍ତି । ରାଜନୀତି, କ୍ରୀଡା, ମନୋରଞ୍ଜନ, ନାଗରିକ ଅଧିକାର, ଏଲଜିବିଟିକ୍ୟୁ ଅଧିକାର ଏବଂ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ହ୍ୱାଇଟ ହାଉସର ଇଷ୍ଟ ରୁମରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଯେପରି ଭାରତ ରତ୍ନ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର, ସେହିପରି ଆମେରିକାରେ “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ” ହେଉଛି ସର୍ବଚ୍ଚୋ ସମ୍ମାନ । ତେବେ ଆମେରିକାର ଏହି ସର୍ବୋଚ୍ଚ ସମ୍ମାନରେ “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ” ମେଡାଲ ସହ ଆଉ କ’ଣ ଦିଆଯାଏ ଆସନ୍ତୁ ଜାଣିବା ।

ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ” ପାଉଥିବା ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରିବନରେ ବନ୍ଧା ହୋଇଥିବା ଏନେ ପଦକ ଦିଆଯାଏ । ତା’ ଉପରେ ଏକ ବଡ଼ ଧଳା ରଙ୍ଗର ଷ୍ଟାର ଥାଏ । ଏଥିସହ ଏଥିରେ ୧୩ ଟି ଛୋଟ ସୁନେଲି ଷ୍ଟାର ମଧ୍ୟ ରହିଥାଏ । ସେଥିରେ ଯେଉଁ ବଡ ଷ୍ଟାର ଥାଏ ତା’ର ପଛରେ ଏକ ଲାଲ ରଙ୍ଗର ପେଣ୍ଟାଗନ୍ ରହିଥାଏ । ଯାହାକୁ ଏହି ପଦକ ମିଳିଥାଏ ସେ ପଦକ ପଛରେ ତାଙ୍କ ନାମ ଖୋଦିତ ହୋଇଥାଏ । ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନରେ ପଦକ ବ୍ୟତୀତ ସେନା ପୋଷାକ ପିନ୍ଧିବା ପାଇଁ ଏକ ସର୍ଭିସ୍ ରିବନ୍ ମଧ୍ୟ ଦିଆଯାଇଥାଏ । ଏହା ବ୍ୟତୀତ ସିଭିଲିୟନ ପୋଷାକ ପିନ୍ଧିବା ପାଇଁ ଏକ ଛୋଟ ପଦକ ଏବଂ ଲୌପେଲ ବ୍ୟାଚ ମଧ୍ୟ ଦିଆଯାଏ ।

ତେବେ କହିରଖୁଛୁ ଯେ, ୧୯୬୩ ମସିହାରେ ପ୍ରଥମ ଥର ପାଇଁ “ପ୍ରେସିଡେନ୍ସିଆଲ ମେଡଲ ଅଫ ଫ୍ରିଡମ” ସମ୍ମାନ ଦିଆଯିବା ଆରମ୍ଭ ହୋଇଥିଲା। ସେବେଠାରୁ ମୋଟ ୬୫୪ ଥର ଏହି ସମ୍ମାନ ପ୍ରଦାନ କରାଯାଇଛି । ତେବେ ଭାରତରେ ଦେଶର ସର୍ବଚ୍ଚୋ ସମ୍ମାନ ‘ଭାରତ ରତ୍ନ’ ଜଣେ ବ୍ୟକ୍ତିଙ୍କୁ କେବଳ ଥରେ ଦିଆଯାଇଥାଏ । କିନ୍ତୁ ଆମେରିକାରେ ଏହି ପଦକ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଥର ଦିଆଯାଇଥାଏ ।

 

Leave A Reply

Your email address will not be published.