Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିଜୟ ମୁହାଁ ବାଇଡେନ୍ !

ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଦିନ ବିତିଲାଣି । ତଥାପି ଚିତ୍ର ଅସ୍ପଷ୍ଟ । ବର୍ତ୍ତମାନ ସୁଦ୍ଧା ଗଣତି ଅନୁସାରେ ବିଜୟ ମୁହାଁ ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ବାଇଡେନ୍ ଆଗୁଆ ରହିଛନ୍ତି ।

ବାଇଡେନ୍ ୨୬୪ ଓ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲୋକ୍ଟୋରାଲ୍ ଭୋଟରେ ଆଗରେ ରହିଛନ୍ତି । ପେନସିଲଭାନିଆରେ ଆଗରେ ଥିବା ବାଇଡେନ୍ ବିଜୟୀ ହେଲେ ସେ ମ୍ୟାଜିକ୍ ନମ୍ବର ୨୭୦ ଅତିକ୍ରମ କରିବେ । ପେନସିଲଭାନିଆରେ ରହିଛି ୨୦ଟି ଇଲେକ୍ଟୋରାଲ୍ ଭୋଟ୍ ।

ପେନସିଲଭାନିଆ, ନେଓ୍ୱଡା ଓ ଜର୍ଜିଆରେ ଲିଡ କରୁଛନ୍ତି ବାଇଡେନ୍ । ସଂଖ୍ୟା ଗରିଷ୍ଠତା ସହ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଜୋ ବାଇଡେନ୍ କହିଛନ୍ତି, ଆମେ ନିଶ୍ଚିତ ଜିତିବୁ ।

ଆମେରିକାବାସୀଙ୍କୁ ପ୍ରଥମ ଦିନରୁ କରୋନା ସଂକଟରୁ ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ବର୍ତ୍ତମାନ ସମୀକରଣ ଅନୁସାରେ ହ୍ୱାଇଟ୍ ହାଉସ୍ ଦଖଲ କରିବାକୁ ହେଲ୍ ଡୋନାଲ୍ଟ ଟ୍ରମ୍ପଙ୍କୁ କିଛି କରିସ୍ମା କରିବାକୁ ହେବ ।

Leave A Reply

Your email address will not be published.