ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଗୋଡ଼ରେ ଫ୍ୟାକଚର୍। ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି।
ତେବେ ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି।
ସୂଚନାନୁସାରେ, ଜୋ ବିଡେନ ତାଙ୍କର ଜର୍ମାନ ଶେପର୍ଡ କୁକୁର ‘ମେଜର’ ସହିତ ଖେଳୁଥିଲେ। କୁକୁର ସହିତ ଖେଳୁଥିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ବିଡେନ।
ବିଡେନଙ୍କ ଘରୋଇ ଚିକିତ୍ସକ କେଭିନ ଓ କର୍ଣ୍ଣର କହିଛନ୍ତି, ବିଡେନଙ୍କ ଗୋଡ ମୋଡି ହୋଇଯାଇଛି। ଏହା ଏକ୍ସ-ରେ ପରେ ବି ଜଣାପଡ଼ି ନଥିଲା ବେଳେ ଏକ ସିଟି ସ୍କାନରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ଡାହାଣ ଗୋଡର ହାଡ ସାମାନ୍ୟ ଫାଟି ଯାଇଛି।
ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବିଡେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Comments are closed.