Latest Odisha News

ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ପିଏମ୍‌ ମୋଦୀଙ୍କ ସମେତ ୪୦ ନେତାଙ୍କୁ ବାଇଡେନ୍‌ଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୪୦ ଜଣ ବିଶ୍ୱ ନେତାଙ୍କୁ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ଏ ନେଇ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି। ଦୁଇ ଦିନିଆ ଶିଖର ସମ୍ମିଳନୀ ଏପ୍ରିଲ ୨୨-୨୩ରେ ଅନୁଷ୍ଠିତ ହେବ ଏବଂ ଏହାକୁ ସର୍ବସାଧାରଣଙ୍କ ପାଇଁ ସିଧା ପ୍ରସାରଣ କରାଯିବ।

ଏହି ସମ୍ମିଳନୀ ପାଇଁ ଆମନ୍ତ୍ରିତ ଅନ୍ୟ ନେତାଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା, ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ସାଉଦି ଆରବ ରାଜା ସଲମାନ ବିନ୍ ଅବଦୁଲାଜିଜ ଅଲ ସାଉଦ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାମିଲ୍‌ ଅଛନ୍ତି।

ଏହି ନିମନ୍ତ୍ରଣରେ ବାଇଡେନ ନେତାମାନଙ୍କୁ ଏହି ସମ୍ମିଳନୀକୁ ଏକ ସୁଯୋଗ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ଯେଉଁଥିରେ ଜଳବାୟୁ ଉଚ୍ଚାଭିଳାଷରେ ସେମାନଙ୍କ ଦେଶ କିପରି ସହଯୋଗ କରିବ ସେ ବିଷୟରେ ବର୍ଣ୍ଣନା କରାଯାଇଛି।

Comments are closed.