Latest Odisha News

BREAKING NEWS

ଅଫଲାଇନ୍ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ରାଉରକେଲା: ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରାଯାଉଥିଲା । ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଏନଆଇଟି କର୍ତ୍ତୃପକ୍ଷ ଶେଷ ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି ।

BjdElectrycity

ଆସନ୍ତ ଏପ୍ରିଲ୍ ୫ରୁ ଜୁଲାଇ ୨୯ ଯାଏ ସେମିଷ୍ଟାର ପରୀକ୍ଷା ଅନଲାଇନରେ ହେବ । ଏନେଇ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଅନଲାଇନ୍ ପରୀକ୍ଷା ବେଳେ ଇଣ୍ଟରନେଟ୍ ସମସ୍ୟା ହେଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କହିଛନ୍ତି ।

ପୂର୍ବରୁ ଅଫଲାଇନରେ ପରୀକ୍ଷା କରିବା ନେଇ ଏନଆଇଟି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଘୋର ବିରୋଧ କରିଥିଲେ । ଗତକାଲି କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ଅନଲାଇନ୍ ପରୀକ୍ଷା ନେଇ ନିଷ୍ପତ୍ତି ହୋଇଛି ।

ଆଜିଠାରୁ ୭ ଦିନ ଯାଏ ଏନଆଇଟି କ୍ୟାମ୍ପସରେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାପରେ ଛାତ୍ରଛାତ୍ରୀ କ୍ୟାମ୍ପସ୍ ବାହାରକୁ ଯାଇପାରିବେ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.