Latest Odisha News

BREAKING NEWS

ଯୁଦ୍ଧ ବନ୍ଦ କରିବା ପାଇଁ ବାଇଡେନ ଦେଇଥିଲେ ୟୁକ୍ରେନ ଭାଗ କରିବା ପ୍ରସ୍ତାବ !

ୱାଶିଂଟନ: ୨୪ ଫେବୃୟାରୀକୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ । ଏବେ ବି ଏହି ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଏକ ରିପୋର୍ଟ ଆଲୋଚନାର କାରଣ ସାଜିଛି । ବାଇଡେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ ୟୁକ୍ରେନର ୨୦ ପ୍ରତିଶତ ଅଂଶ ଦେବାର ଲୋଭ ଦେଖାଇଥିଲେ । ମାତ୍ର ରୁଷ ଏବଂ ୟୁକ୍ରେନ ଏଥିରେ ରାଜି ହୋଇ ନ ଥିଲେ । ସ୍ୱିସ-ଜର୍ମାନୀ ନ୍ୟୁଜପେପର ନ୍ୟୁ ଜୁଚେର ଜିଟୁଂଗରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସିଆଇଏର ଡାଇରେକ୍ଟର ୱିଲିୟମ ୱର୍ଣ୍ଣସ ଗୁପ୍ତ ଭାବରେ ୟୁକ୍ରେନ ଗସ୍ତରେ ଯାଇଥିଲେ ।

ସେ ପ୍ରଥମେ ଭ୍ଲାଡିମିର ଜେଲେନସ୍କିଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ସେ କିନ୍ତୁ ତତକ୍ଷଣାତ ଏହାକୁ ମନା କରି ଦେଇଥିଲେ । ରୁଷ ସହ ଯୋଗାଯୋଗ ହେବା ପରେ ସେମାନେ ଯୁଦ୍ଧରେ ବିଜୟ ସହ ଆଉ କିଛି ଚାହୁଁ ନାହାନ୍ତି ବୋଲି କହିଥିଲେ । ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକ ସାହସରେ ରୁଷକୁ ମୁକାବିଲା କରିବା ପାଇଁ ୟୁକ୍ରେନ ଅଂଟା ଭିଡିଥିଲା । ତେବେ ୟୁକ୍ରେନ ଯେଉଁଭଳି ସାହାଯ୍ୟ ଆଶା କରୁଥିଲା ସେ ଭଳି ଏ ପର୍ଯ୍ୟନ୍ତ ପାଇପାରି ନାହିଁ ।

Leave A Reply

Your email address will not be published.