ନୂଆଦିଲ୍ଲୀ : ଅଭିନେତ୍ରୀ ସାରା ଖାନ ଏବେ ନିଜର ଅପ୍କମିଂ ଫିଲ୍ମ “୧୯୯୦” କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସହିଦ କାଜମି । ଫିଲ୍ମରେ ସାରାଙ୍କ ସହ ଅର୍ଜୁନ ମନହସ ଏବଂ ମୀର ସରୱରଙ୍କୁ ଦେଖିବାକୁ ମିଳିବ । ତେବେ ସାରାଙ୍କ ପ୍ରଫେସନାଲ ଲାଇଫ ସହିତ ବ୍ୟକ୍ତିଗତ ଲାଇଫକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାରା ଖୁବ୍ଶୀଘ୍ର ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜର ଦୀର୍ଘଦିନର ପ୍ରେମିକ ଶାନ୍ତନୁ ରାଜେଙ୍କୁ ବିବାହ କରିବେ । ଶାନ୍ତନୁ ବୃତ୍ତିରେ ଜଣେ ପାଇଲଟ ସହ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ।
ସାରାଙ୍କ ଏହା ଦ୍ୱିତୀୟ ବିବାହ । ପୂର୍ବରୁ ସାରା ୨୦୧୦ ମସିହାରେ ବିଗ୍ବସ୍ ସିଜନ ୪ରେ ପ୍ରତିଯୋଗୀ ସାଜିଥିବା ଅଲି ମର୍ଚାଣ୍ଟଙ୍କୁ ବିଗ୍ବସ ଘରେ ବିବାହ କରିଥିଲେ । ସେତେବେଳେ ଏହି ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏହା ବେଶୀ ଦିନ ତିଷ୍ଠି ପାରି ନ ଥିଲା । ମାତ୍ର ଦୁଇ ମାସ ପରେ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା ।
ଏବେ ସାରା ତାଙ୍କ ନୂଆ ପ୍ରେମିକ ଶାନ୍ତନୁଙ୍କ ସହ ପ୍ରାୟ ଦୁଇ ବର୍ଷ ଧରି ଡେଟ କରୁଛନ୍ତି । ପ୍ରଥମ ବିବାହର ଛାଡ଼ପତ୍ରର ୧୨ ବର୍ଷ ପରେ ସେ ଏବେ ଶାନ୍ତନୁଙ୍କୁ ନିଜ ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଜର ଏହି ଦ୍ୱିତୀୟ ବିବାହକୁ ନେଇ ଉଭୟ ସାରା ଓ ଶାନ୍ତନୁ ବହୁତ ଖୁସି । ଶାନ୍ତନୁ କୁହନ୍ତି, ସାରା କେବେ ନିଜ ଅତୀତ ବିଷୟରେ ସେୟାର କରନ୍ତି ନାହିଁ କି ମୁଁ କେବେ ମଧ୍ୟ ପଚାରେ ନାହିଁ । ମୁଁ ତାଙ୍କୁ ଯେତିକ ଭଲ ପାଉଛି ସେ ମଧ୍ୟ ମୋତେ ସେତିକି ଭଲ ପାଉଛନ୍ତି । ଆଗକୁ ଆମ ଲାଇଫ ଭଲରେ କଟିବ ବୋଲି ମୋର ଆଶା । ଏହି ବିବାହରେ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି ।
BREAKING NEWS
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ
- ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ
- ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ

Comments are closed.