ନୂଆଦିଲ୍ଲୀ : ଅଭିନେତ୍ରୀ ସାରା ଖାନ ଏବେ ନିଜର ଅପ୍କମିଂ ଫିଲ୍ମ “୧୯୯୦” କୁ ନେଇ ଖୁବ୍ ବ୍ୟସ୍ତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସହିଦ କାଜମି । ଫିଲ୍ମରେ ସାରାଙ୍କ ସହ ଅର୍ଜୁନ ମନହସ ଏବଂ ମୀର ସରୱରଙ୍କୁ ଦେଖିବାକୁ ମିଳିବ । ତେବେ ସାରାଙ୍କ ପ୍ରଫେସନାଲ ଲାଇଫ ସହିତ ବ୍ୟକ୍ତିଗତ ଲାଇଫକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାରା ଖୁବ୍ଶୀଘ୍ର ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜର ଦୀର୍ଘଦିନର ପ୍ରେମିକ ଶାନ୍ତନୁ ରାଜେଙ୍କୁ ବିବାହ କରିବେ । ଶାନ୍ତନୁ ବୃତ୍ତିରେ ଜଣେ ପାଇଲଟ ସହ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ।
ସାରାଙ୍କ ଏହା ଦ୍ୱିତୀୟ ବିବାହ । ପୂର୍ବରୁ ସାରା ୨୦୧୦ ମସିହାରେ ବିଗ୍ବସ୍ ସିଜନ ୪ରେ ପ୍ରତିଯୋଗୀ ସାଜିଥିବା ଅଲି ମର୍ଚାଣ୍ଟଙ୍କୁ ବିଗ୍ବସ ଘରେ ବିବାହ କରିଥିଲେ । ସେତେବେଳେ ଏହି ବିବାହ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏହା ବେଶୀ ଦିନ ତିଷ୍ଠି ପାରି ନ ଥିଲା । ମାତ୍ର ଦୁଇ ମାସ ପରେ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା ।
ଏବେ ସାରା ତାଙ୍କ ନୂଆ ପ୍ରେମିକ ଶାନ୍ତନୁଙ୍କ ସହ ପ୍ରାୟ ଦୁଇ ବର୍ଷ ଧରି ଡେଟ କରୁଛନ୍ତି । ପ୍ରଥମ ବିବାହର ଛାଡ଼ପତ୍ରର ୧୨ ବର୍ଷ ପରେ ସେ ଏବେ ଶାନ୍ତନୁଙ୍କୁ ନିଜ ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିଜର ଏହି ଦ୍ୱିତୀୟ ବିବାହକୁ ନେଇ ଉଭୟ ସାରା ଓ ଶାନ୍ତନୁ ବହୁତ ଖୁସି । ଶାନ୍ତନୁ କୁହନ୍ତି, ସାରା କେବେ ନିଜ ଅତୀତ ବିଷୟରେ ସେୟାର କରନ୍ତି ନାହିଁ କି ମୁଁ କେବେ ମଧ୍ୟ ପଚାରେ ନାହିଁ । ମୁଁ ତାଙ୍କୁ ଯେତିକ ଭଲ ପାଉଛି ସେ ମଧ୍ୟ ମୋତେ ସେତିକି ଭଲ ପାଉଛନ୍ତି । ଆଗକୁ ଆମ ଲାଇଫ ଭଲରେ କଟିବ ବୋଲି ମୋର ଆଶା । ଏହି ବିବାହରେ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି ।
BREAKING NEWS
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ

Comments are closed.