Latest Odisha News

BREAKING NEWS

ଜେଲେନସ୍କିଙ୍କ କାନ୍ଧରେ ବାଇଡେନଙ୍କ ହାତ, ଯୁଦ୍ଧ ବେଳେ ‘ବଡ ଭାଇ’ ଦେଲେ ବଡ଼ ପ୍ରତିଶ୍ରୁତି

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲଦମିର ଜେଲେନସ୍କିଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯେତେ ଦିନ ଯାଏଁ “ଋଷର ଆକ୍ରୋଶ” ୟୁକ୍ରେନ ବିରୋଧରେ ରହିଥିବ ସେତେ ଦିନ ଯାଏ ୟୁକ୍ରେନ ସହ ଛିଡା ହୋଇ ରହିବ ଆମେରିକା। 10 ମାସ ହେବ ଋଷ ୟୁକ୍ରେନ ଯୁଦ୍ଧ ଚାଲିଛି। ଆଉ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯାଇଛନ୍ତି ଜେଲେନସ୍କି। କୂଟୀନୀତିକ ଦୃଷ୍ଟିରୁ ବାଇଡେନ ଏବଂ ଜେଲେନସ୍କିଙ୍କ ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ସମୟରେ ଆମେରିକା ୟୁକ୍ରେନକୁ ଯେଉଁ ଆଶ୍ବାସନା ଦେଇଛି ତାହା କିଛି କମ୍ ନୁହେଁ। ଏହା ଏପରି ଯେପରି ବିପଦ ବେଳେ ସାନ ଭାଇ କାନ୍ଧରେ ବଡ଼ ଭାଇ ହାତ ରଖି ଆଶ୍ବାସନା ଦେବା ସହିତ ସମାନ।

BjdElectrycity

ବୁଧବାର ହ୍ୱାଇଟ୍ ହାଉସ ଗସ୍ତ ସମୟରେ ବାଇଡେନ ଜେଲେନସ୍କିଙ୍କୁ କହିଛନ୍ତି ଯେ ଆପଣ କେବେ ଏକୁଟିଆ ନୁହନ୍ତି।  ମିଳିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ ଜେଲେନସ୍କିଙ୍କୁ କହିଛନ୍ତି ଯେ, ତୁମର ନେତୃତ୍ୱ ଏହି ଭୟଙ୍କର ସଙ୍କଟ ଦେଇ ୟୁକ୍ରେନବାସୀଙ୍କୁ ପ୍ରେରଣା ଦେଇଛି। ସାରା ବିଶ୍ୱର ନଜର ଏହି ଦୁଇ ନେତାଙ୍କ ବୈଠକ ଉପରେ ନଜର ରଖିଥିଲା। ପାଖାପାଖି ଦୁଇ ଘଣ୍ଟା ଦୁଇ ନେତା ହ୍ୱାଇଟ୍ ହାଉସ ଭଳି ସ୍ଥାନରେ ରୁଦ୍ଧ ଦ୍ବାର ବୈଠକ କରିଥିଲେ ବୋଲି ସୂଚନା ରହିଛି।

ବାଇଡେନ ୟୁକ୍ରେନକୁ ଋଷର ଆକ୍ରୋଶ ବିରୁଦ୍ଧରେ ଦୃଢ ଆଭିମୁଖ୍ୟ ପାଇଁ ପ୍ରଶଂସା କରିଛନ୍ତି। ଯାହା ପୁଟିନଙ୍କ ୟୁକ୍ରେନରେ ବିଜୟ ହାସଲ କରିବା ଏବଂ ନାଟୋକୁ ଦୁର୍ବଳ କରିବାର ଆଶାକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ପରୋକ୍ଷରେ ପୁଟିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେ ନାଟୋ ଭାଙ୍ଗି ପାରିବେ ବୋଲି ଭାବିଛନ୍ତି। ସେ ଭାବିଛନ୍ତି ଯେ ପାଶ୍ଚାତ୍ୟ ଦେଶର ସଂଗଠନକୁ ଭାଙ୍ଗି ପାରିବେ। ସେ ଭାବିଛନ୍ତି ଯେ ସେ ମିଳିତ ମଞ୍ଚ ଭାଙ୍ଗି ପାରିବେ। ସେ ଭାବିଛନ୍ତି ଯେ ୟୁକ୍ରେନବାସୀ ତାଙ୍କୁ ସ୍ୱାଗତ କରିବେ। କିନ୍ତୁ ଏଭଳି ଆଶା ରଖିବା ଭୁଲ, ଭୁଲ ଏବଂ ଭୁଲ ଥିଲା।

ବାଇଡେନ କହିଛନ୍ତି ଯେ ସେ ଏବଂ ଜେଲେନସ୍କି ୟୁକ୍ରେନରେ ଶାନ୍ତି ପାଇଁ ସଠିକ୍ ଦୃଷ୍ଟିକୋଣ ବାଣ୍ଟିଛନ୍ତି। ଯେଉଁଥିରେ ଆମେରିକା ଏବଂ ଏହାର ସହଯୋଗୀମାନେ ୟୁକ୍ରେନ ସେନାଙ୍କୁ ଯୁଦ୍ଧକ୍ଷେତ୍ରରେ ସଫଳ କରିବାରେ ସାହାଯ୍ୟ କରିବେ।

ଆମେରିକା ୟୁକ୍ରେନକୁ ସାମରିକ ସହାୟତା ବାବଦରେ 1.85 ବିଲିୟନ ଡ଼ଲାର ଘୋଷଣା କରିଥିବାରୁ ୟୁକ୍ରେନର ନେତା ୱାଶିଂଟନ୍କୁ ଧନ୍ୟବାଦ ଦେଇଛନ୍ତି।

 

 

Leave A Reply

Your email address will not be published.