Latest Odisha News

BREAKING NEWS

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ କଟକସ୍ଥିତ ଘରେ ସେ 30ଟି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ପରିବାର  ଲୋକେ ଏହା ଜାଣିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବିଦ୍ୟାଶ୍ରୀ ଫେସବୁକ ପେଜରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାନସିକ ଚାପରେ ରହୁଥିବାରୁ ସେ ଆତ୍ମହତ୍ୟା କରୁଥିବା  ଭିଡିଓରେ କହୁଛନ୍ତି । ଭିଡିଓରେ ଏକ ଡାଏରୀ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ବିଦ୍ୟାଶ୍ରୀ । ସେ ଡାଏରୀରେ ସ୍ମାମୀ ଆଦିତୟଙ୍କ ମୃତ୍ୟୁ ନେଇ ସବୁକିଛି ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ମଧ୍ୟ ଉଚିତ୍ ଦଣ୍ଡ ମିଳୁ ବୋଲି ମଧୟ ଭିଡିଓରେ କହିଛନ୍ତି ବିଦ୍ୟାଶ୍ରୀ ।ସେ ଆହୁରି ବି କହିଛନ୍ତି କି ଯେପରି ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଚୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହାନଯାଉ । ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି । ଏଥିସହ ସେ ଲାଇଭରେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ । 

Comments are closed.