Latest Odisha News

BREAKING NEWS

ଭାରତୀୟ ରେଳର ବଡ଼ ଉପଲବ୍ଧି; ୨୧୬ ଦିନରେ ତିଆରିକଲେ ୩୦୦ ଇଞ୍ଜିନ !

ନୂଆଦିଲ୍ଲୀ:ସାଧାରଣତଃ ସରକାରୀ କାମ ଡେରି ରେ ହୋଇଥାଏ ବୋଲି ସମସ୍ତଙ୍କ ଧାରଣା ଥାଏ | ହେଲେ ଭାରତୀୟ ରେଳ ବିଭାଗ ଏହାକୁ ଭୁଲ ପ୍ରମାଣିତ କରିଛି ଓ ନିଜ ନାଁ ରେ ଥିବା ରେକର୍ଡ ଭାଙ୍ଗିଛି | ଭାରତୀୟ ରେଳ ପାଇଁ ଇଞ୍ଜିନ ତିଆରିକରୁଥିବା ଶାଖା ଚିତରଂଜନ ଲୋକୋମୋଟିବ ୱାକର୍ସ ଏହି ରେକର୍ଡ ସ୍ଥାପନ କରିଛି | ଏହି ବିଭାଗ ମାତ୍ର ୨୧୬ ଦିନରେ ୩୦୦ ଇଞ୍ଜିନ ତିଆରି କରି କାର୍ଯ୍ୟକ୍ଷମ କରିଛି |

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଚିତରଂଜନ ଲୋକୋମୋଟିବ ୱାକର୍ସ ତଥ୍ୟ ଅନୁସାରେ ମାତ୍ର ୨୧୬ ଦିନରେ ୩୦୦ ଇଞ୍ଜିନ ତିଆରି କରିବା ଅର୍ଥ ପ୍ରତି କ୍ୱାଟରରେ ଗୋଟିଏ ଇଞ୍ଜିନ ତିଆରି କରିବା | ଏହାପୂର୍ବରୁ ୨୦୧୭-୧୮ ରେ ଏହି ବିଭାଗ ୨୯୨ ଦିନରେ ଏହି ପରିମାଣର ଇଞ୍ଜିନ ତିଆରିକରି ଥିଲା | ରେଳ ବିଭାଗ ଅଧିକାରୀଙ୍କ ଅନୁସାରେ ପୂର୍ବ ବର୍ଷ ଅପେକ୍ଷା ୨୮ ପ୍ରତିଶତ ଅଧିକ ହୋଇଛି |

୨୧ ଡ଼ିସେମ୍ବର ରେ ସବୁଜ ସଙ୍କେତ ଦିଆଯାଇଥିବା ୩୦୦ ଇଞ୍ଜିନ କୁ ରେଳ କତ୍ତୃପକ୍ଷ କହିଛନ୍ତି ଯେ , କାରଖାନା ର ମହାପ୍ରବନ୍ଧକ ପ୍ରବୀଣ କୁମାର ମିଶ୍ର ଏହି ଦିନ ଚିତରଂଜନ ଲୋକୋମୋଟିବ ୱାକର୍ସ ର କାରଖାନାରୁ ୩୦୦ ତମ ଲୋକୋ , ଡ଼ବ୍ଲୁଏଜି – ୯ ଏଚସି (୩୨୬୯୨) କୁ ସବୁଜ ସଙ୍କେତ ଦେଖାଇ ଛାଡିଛନ୍ତି | ରେଳ କତ୍ତୃପକ୍ଷ କହିଛନ୍ତି ଯେ, ଆଗାମୀ ବର୍ଷରେ ଏହି ପରି ଭାବରେ ଲକ୍ଷ ପୂରଣ କରି ନିଜ ରେକର୍ଡ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରହିବ |

Leave A Reply

Your email address will not be published.