Latest Odisha News

BREAKING NEWS

ମୋବାଇଲରୁ ପରାମର୍ଶ ନେଲେ; ଜାଣନ୍ତୁ ପଶୁପାଳନ କରି କିପରି ପ୍ରଚୁର ରୋଜଗାର କଲେ !

ଜଗତସିଂହପୁର: ଏବେ ହେଉଛି ହାଇ-ଟେକର ଯୁବ । ଏଯୁଗରେ ଯଦି ସବୁ କ୍ଷେତ୍ରରେ ହାଇ-ଟେକର ବ୍ୟବହାର ହେଉଛି ତେବେ ଆମେ ଚାଷରେ ଏହାକୁ କାହିଁକି ଉପଯୋଗ କରିପାରିବା ନାହିଁ? ପଶୁପାଳନ ପରି ଲାଭଜନକ ଚାଷରେ ରୋଗ ଉପଶମ ଏବଂ ଚିକିତ୍ସା ପଦ୍ଧତି ତଥା ପଶୁଧନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ହୋଇପାରୁଛି ।

ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବଗଲପୁର ଗ୍ରାମର ୩୫ ବର୍ଷ ବୟସ୍କ ବିଭୁତି ଭୂଷଣ ମଲ୍ଲିକ ଏହାର ଉପଯୁକ୍ତ ଉଦାହରଣ । ସେ ହାଇ-ଟେକର ଉପଯୋଗ କରି ଏବେ ପଶୁପାଳନରେ ବେଶ୍ ସଫଳତା ହାସଲ କରିପାରିଛନ୍ତି ।

“ମୁଁ ଜଣେ ଗ୍ରାଜୁଏଟ, ଗୋଟେ ଦୋକାନ ଏବଂ ଚାଷରୁ ମୁଁ ମୋର ପରିବାରକୁ ଆରାମରେ ଚଳାଇପାରୁଛି,” ବୋଲି କହନ୍ତି ବିଭୁତି ।

ବିଭୁତି ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ, ତାଙ୍କ ସହିତ ତାଙ୍କର ବାପା ମାଆ ମଧ୍ୟ ରହନ୍ତି ।

“ମୁଁ ଗ୍ରାଜୁଏସନ ପାଠ ସାରିବା ପରେ ଚାକିରୀ ଅନ୍ୱେଷଣରେ ରହିଲି । କୌଣସି ବେସରକାରୀ ସଂସ୍ଥାରେ ଶିଘ୍ର ଚାକିରି ନପାଇବା ପରେ ମୁଁ ବାଧ୍ୟ ହୋଇ ବାପାଙ୍କୁ ଚାଷବାସରେ ସାହାଯ୍ୟ କଲି । ଆମର ଗୋଟିଏ ଏକର ଚାଷଜମି ଅଛି,” ବୋଲି ବିଭୁତି କହନ୍ତି ।

“ପ୍ରକୃତରେ ମୁଁ ଜଣେ ଏକ୍ସପର୍ଟଙ୍କୁ ଖୋଜୁଥିଲି ଯିଏକି ମୋତେ ଦିଗଦର୍ଶନ ଦେବା ସହିତ ଉପଯୁକ୍ତ ପରାମର୍ଶ ଦେଇପାରୁଥିବ, ଯାହାଫଳରେ କି ମୁଁ ଅଧିକ ରୋଜଗାରକ୍ଷମ ହୋଇପାରିବି । ସେତେବେଳେ ମୁଁ ରିଲାଏନ୍ସ ଫାଉଣ୍ଡେସନ (ଆରଏଫ)ର ୧୮୦୦ ୪୧୯ ୮୮୦୦ ଏକ ଟୋଲ୍ ପ୍ରି ନମ୍ବର ପାଇଲି । ଏହି ଆରଏଫ ମାଧ୍ୟମରେ ମୁଁ ଅନେକ ଜ୍ଞାନ କୌଶଳ ହାସଲ କରି ଚାଷରେ ସଫଳତା ଅର୍ଜନ କରିବାକୁ ଲାଗିଲି । ଯାହାଫଳରେ ମୁଁ ଆଉ ୩ ଏକର ଚାଷଜମି ଲିଜରେ ନେଇ ଧାନଚାଷ କଲି,” ବୋଲି ବିଭୁତି କହନ୍ତି ।

ଆରଏଫ ଠାରୁ ଅଧିକ ଜ୍ଞାନ କୌଶଳ ଏବଂ ଉପଯୁକ୍ତ ପରାମର୍ଶ ପାଇ ମୁଁ ଛେଳିଚାଷରେ ଅଧିକ ଲାଭବାନ ହେଲି । ମୋର ମାତ୍ର ଗୋଟିଏ ଛେଳି ଥିଲା ଏବେ ତାହା ବୃଦ୍ଧି ପାଇ ୧୭ରେ ପହଁଚିଲାଣି । ଏହାବ୍ୟତୀତ ମୁଁ କାଠକାମ କରି ପରିବାର ପୋଷଣ କରିଥାଏ ।

ମୁଁ ପ୍ରଥମେ ୧୦ଟି ଛେଳି ଗୋଟିଏ ୪,୦୦୦ ହଜାର ଟଙ୍କା ହିସାବରେ ବିକ୍ରି କରି ଅଧିକ ଲାଭବାନ ହେଲି । ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସଠିକ୍ ପରାମର୍ଶ ମୋବାଇଲରୁ ପାଇ ଛେଳିଗୁୁଡ଼ିକୁ ଅଧିକ ହୃଷ୍ଟପୃଷ୍ଟ କରିବାକୁ ଲାଗିଲି । ଏହା କେବଳ ସମ୍ଭବ ହୋଇଛି ରିଲାଏନ୍ସ ଫାଉଣ୍ଡେସନ ଯୋଗୁଁ ।

“ମୁଁ ରିଲାଏନ୍ସ ଫାଉଣ୍ଡେସନକୁ ମୋର ଆନ୍ତରିକ ଧନ୍ୟବାଦ ଦେଉଛି । ଏହି ଫାଉଣ୍ଡେସନ ମୋବାଇଲ୍ ପରାମର୍ଶ ଦେବାଦ୍ୱାରା ମୁଁ ବହୁ ଭାବରେ ଚାଷରେ ସଫଳତା ଅର୍ଜନ କରିବା ସହିତ ଏବେ ପୂର୍ବାପେକ୍ଷା ପ୍ରଚୁର ରୋଜଗାର କରିପାରୁଛି,” ବୋଲି ଜଗତସିଂହପୁର ଜିଲ୍ଲାର ଏହି ସଫଳ ଚାଷୀ ବିଭୁତି କହନ୍ତି ।

Leave A Reply

Your email address will not be published.