Latest Odisha News

ନ୍ୟୁୟର୍କ ସିଟିରେ ପବ୍ଲିକ୍ ସ୍କୁଲ ହଲିଡେ ତାଲିକାରେ ସାମିଲ ହେଲା ଦୀପାବଳି

ଓଡି଼ଶା ସମ୍ବାଦ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ସାରା ଦେଶରେ ପାଳନ କରାଯାଉଥିଲେ ହେଁ ବିଦେଶରେ ମଧ୍ୟ ଦୀପାବଳିକୁ ଭାରତୀୟମାନେ ଧୁମଧାମର ସହ ପାଳନ କରନ୍ତି। ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ ତାଲିକାରେ ସାମିଲ କରାଯାଇଛି। ଯାହାକୁ ନେଇ ଖୁସି ଅଛନ୍ତି ନ୍ୟୁୟର୍କରେ ବାସ କରୁଥିବା ସମସ୍ତ ଭାରତୀୟ ତଥା ହିନ୍ଦୁ ଲୋକେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନ୍ୟୁୟର୍କର ମେୟର।

ଦୀପାବଳି ଅବସରରେ ନ୍ୟୁୟର୍କରେ ଥିବା ସମସ୍ତ ବିଦ୍ୟାଳୟରେ ଛୁଟି ଦିଆଯିବ। କୁହାଯାଉଛି ନ୍ୟୁୟର୍କରେ ଦକ୍ଷିଣ ଏସୀୟ ଏବଂ ଇଣ୍ଡୋ କୈରେବିଆନ୍ ସମ୍ପ୍ରଦାୟର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଏହି ସମ୍ପ୍ରଦାୟକୁ ମାନ୍ୟତା ଦେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମେୟର ଏରିକ୍ ଆଡମ୍ସ ଟୁଇଟ୍ କରି କହିଛନ୍ତି, ଦୀପାବଳିକୁ ସ୍କୁଲ ଛୁଟିରେ ତାଲିକାଭୁକ୍ତ କରିବା ପାଇଁ ଲଢେଇ କରିଥିବା ବିଧାନସଭା ସଦସ୍ୟ ଜେନିଫର ରାଜକୁମାର ଏବଂ ସମ୍ପ୍ରଦାୟର ନେତାଙ୍କ ସହିତ ଛିଡ଼ା ହେବା ପାଇଁ ମୁଁ ଗର୍ବିତ। ମୁଁ ଜାଣେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣେଇବା ଟିକେ ଶୀଘ୍ର ହେବ ତଥାପୀ ସମସ୍ତଙ୍କୁ ଶୁଭ ଦୀପାବଳି। ସୂଚନା ଥାଉକି ଯେତେବେଳେ ନ୍ୟୁୟର୍କ ମେୟର ଦୀପାବଳି ଛୁଟି ଘଷୋଣା କରିଥିଲେ ସେହି ସମୟରେ ବାଜା ବଜାଇ ସମସ୍ତେ ଖୁସି ମନାଇଥିଲେ। ଯାହାର ଭିଡିଓ ଟ୍ବିଟରେ ସେୟାର ହୋଇଛି।

Comments are closed.