ନୂଆଦିଲ୍ଲୀ: ୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଏକ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୪.୧ କିଲୋମିଟର । ୨୯ ତାରିଖ ସକାଳ ୪ଟା୫୬ରେ ୩୧୩୨୦ ପ୍ରତି କିଲୋମିଟର ଗତିରେ ଏହା ପୃଥିବୀର ନିକଟତର ହେବ । ତେବେ ଏହା ପୃଥିବୀରେ ମାଡ ହେବ ନାହିଁ କିମ୍ବା ଏଥିଯୋଗୁ କୌଣସି ବିପଦ ସୃଷ୍ଟି ହେବନି ବୋଲି ନାସା ପକ୍ଷରୁ କୁହାଯାଇଛି ।
ପାଖାପାଖି ୩.୯ ମିଲିୟମ ଦୂରତାରେ ଏହା ପୃଥିବୀ କକ୍ଷପଥ ଦେଇ ଗତି କରିବ । ଏହି ଘଟଣାକୁ ଖାଲି ଆଖିରେ ଦେଖି ହେବ ନାହିଁ । ୧୯୯୮ରେ ଏହି କ୍ଷୁଦ୍ରଗ୍ରହ ବିଷୟରେ ଜଣା ପଡିଥିଲା । ଏହାର ନାମ ୫୨୭୬୮ ଏବଂ ୧୯୯୮ ଓଓଆର-୨ ରଖାଯାଇଛି ।
Comments are closed.