Latest Odisha News

BREAKING NEWS

ବକ୍ସର ଡିଙ୍ଗକୋ ସିଂଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ପାଲରୁ ଦିଲ୍ଲୀ ଅଣାଯିବ

ଇମ୍ଫାଲ: ଭାରତର ମହାନ ବକ୍ସର ଡିଙ୍କକୋ ସିଂ ଲିଭର କର୍କଟ ରୋଗରେ ଆକ୍ରାନ୍ତ । କରୋନା ଭାଇରସ ଲକଡାଉନ ଯୋଗୁ ପଦ୍ମ ଓ ଅର୍ଜୁନ ପୁରସ୍କାର ପାଇଥିବା ଡିଙ୍ଗକୋଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବକ୍ସରଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ଫାଲରୁ ଦିଲ୍ଲୀ ଅଣାଯାଇଥିଲା । ସ୍ୱାଇସଜେଟ ସମସ୍ତ ଖର୍ଚ୍ଚ ବହନ କରିବ ।

ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଡିଙ୍ଗକୋଙ୍କ ଅନେକଙ୍କ ପ୍ରେରଣା । ଦୀର୍ଘ ଦିନ ଧରି ରେଡିଏଶନ ଥେରାପି ହୋଇ ପାରୁ ନ ଥିବାରୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ଓ ସ୍ୱାଇଶଜେଟର ଅଧ୍ୟକ୍ଷ ଅଜୟ ସିଂ ତାଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ସେ ଅନେକ ବକ୍ସିଂ ମୁକାବିଲାରେ ବିଜୟ ହାସଲ କରିଛନ୍ତି । ଜୀବନ ଯୁଦ୍ଧରେ ମଧ୍ୟ ସେ ଲିଭର କ୍ୟାନସର କୁ ମାତ ଦେବେ ବୋଲିଂ ସିଂ କହିଛନ୍ତି ।

Leave A Reply

Your email address will not be published.