ନୂଆଦିଲ୍ଲୀ: ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି । ରିପୋର୍ଟ ଅନୁଯାୟୀ ସେମାନେ ଗାଁର ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି, ଏହା ସହ ଅନେକଙ୍କୁ ଅପହରଣ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଉତ୍ତର ନାଇଜେରିଆରେ ଏହା ଦ୍ୱିତୀୟ ଏପରି ଘଟଣା ।
କ୍ୟାଥଲିକ ଚର୍ଚ୍ଚ ମଧ୍ୟ ଏହି ଆକ୍ରମଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି । ଚର୍ଚ୍ଚ କହିଛି ଯେ ଏହି ଆକ୍ରମଣରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀମାନେ ଦାବି କରିଛନ୍ତି ଯେ ଅପହୃତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ଅଛନ୍ତି ।
ଏହା ନାଇଜରରେ ପ୍ରଥମ ଥର ପାଇଁ ଏପରି ଆକ୍ରମଣ ନୁହେଁ । କିଛି ମାସ ପୂର୍ବରୁ, ବନ୍ଧୁକଧାରୀମାନେ ସମାନ ଆକ୍ରମଣରେ ୨୦୦ରୁ ଅଧିକ ସ୍କୁଲ ପିଲା ଏବଂ ସେମାନଙ୍କ ଶିକ୍ଷକଙ୍କୁ ଅପହରଣ କରିଥିଲେ । ଏହି ଘଟଣାର ପାଇଁ ବୋକୋ ହରାମ ଦାୟୀ ବୋଲି ସନ୍ଦେହ କରାଯାଉଥିଲା । CAN ର ନାଇଜର ଷ୍ଟେଟ୍ ଚାପ୍ଟରର ମୁଖପାତ୍ର ଡାନିଏଲ୍ ଆଟୋରି କହିଛନ୍ତି, “ମୁଁ ଗାଁରୁ ଫେରିଛି । ମୁଁ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ଅଭିଭାବକଙ୍କୁ ଭେଟିଛି, ସେମାନଙ୍କୁ ଆଶ୍ୱାସନା ଦେଇଛି ଯେ ଆମେ ଆମର ପିଲାମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ସରକାର ଏବଂ ସୁରକ୍ଷା ଏଜେନ୍ସି ସହିତ କାମ କରୁଛୁ।”
ବୋକୋ ହରାମ କ’ଣ?
ବୋକୋ ହରାମ ଏକ ଇସଲାମିକ୍ ଉଗ୍ରବାଦୀ ଗୋଷ୍ଠୀ ଯାହା ନାଇଜେରିଆ ଏବଂ ଆଖପାଖ ଅଞ୍ଚଳରେ ମୁଖ୍ୟତଃ ମହିଳା ଏବଂ ସ୍କୁଲ ଝିଅମାନଙ୍କୁ ଅପହରଣ କରେ । ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପାଶ୍ଚାତ୍ୟ ଶିକ୍ଷାକୁ ବିରୋଧ କରିବା ।