Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଉପରେ ବଡ ଧରଣର ଟାର୍ଗେଟ ପ୍ରସ୍ତୁତ କରୁଛି ସେନା !

ପୁଂଛ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଥିବା ବେଳେ ଆଜି ଭାରତୀୟ ସେନା କଡା ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ସେନା ମୁଖ୍ୟ ଅନୁଧ୍ୟାନ କରିବା ପରେ ଅତିରିକ୍ତ ପାରା କମାଣ୍ଡୋ ଓ ସୈନ୍ୟଙ୍କୁ ପଠାଯାଇଛି । ସେଠାକାର ଜଙ୍ଗଲ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏପରିକି ସାଧାରଣ ଜନତାଙ୍କୁ ଘରୁ ନ ବାହାରିବା ପାଇଁ ମସଜିଦରୁ ମାଇକ ଯୋଗେ କୁହାଯାଇଛି । ପୁଂଛର ଭୌଗଳିକ ସ୍ଥିତି ଜଟିଳ ହୋଇଥିବାରୁ ସେନା ସର୍ତକତା ସହ ପଦକ୍ଷେପ ଗ୍ରହଣ କରୁଛି । ଡ୍ରୋନ ଏବଂ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର କରାଯାଉଛି ।

Leave A Reply

Your email address will not be published.