Latest Odisha News

BREAKING NEWS

ଫିଲ୍ମ‘ବାଗବାନ୍’ ପାଇଁ ପ୍ରଥମ ପସନ୍ଦ ନଥିଲେ ବିଗ୍ ବି

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ଡ୍ରିମ୍ ଗର୍ଲ ହେମା ମାଲିନିଙ୍କ ଫିଲ୍ମ ‘ବାଗବାନ୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ଏକ ପାରିବାରିକ କାହାଣୀ ଉପରେ ଆଧାରିତ। ପିଲାମାନେ ବଡ଼ ହେଲା ପରେ ବାପାମାଆଙ୍କ ଠାରୁ କିପରି ଦୂରେଇ ଯାଆନ୍ତି, ଏହି କାହାଣୀ ଉପରେ ଫିଲ୍ମଟି ତିଆରି ହୋଇଥିଲା । ହେଲେ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନ ପ୍ରଥମ ପସନ୍ଦ ନଥିଲେ ।

ଏକ ରିପୋର୍ଟ ଅନୁସାରେ, ଫିଲ୍ମ ‘ବାଗବାନ୍’ ରିଲିଜ୍ ହେବାର ୩୦ ବର୍ଷ ପୂର୍ବରୁ ଏହି ପାରିବାରିକ କାହାଣୀକୁ ନେଇ ଏକ ଫିଲ୍ମ କରିବାକୁ  ବିଆର ଚୋପ୍ରା ସ୍ଥିର କରିଥିଲେ । ତେବେ ଡେନମାର୍କରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ମହିଳାଙ୍କ ପିଲାମାନେ ତାଙ୍କୁ  ଏଠି ଛାଡ଼ି ଚାଲିଯାଇଛନ୍ତି । ଏମିତିକି  ତାଙ୍କୁ ଭେଟିବାକୁ  ମଧ୍ୟ ଆସୁ ନଥିବା ସେ ବିଆର ଚୋପ୍ରାଙ୍କୁ କହିଥିଲେ । ଏହାପରେ ବିଆର ଚୋପ୍ରା ଏହି କାହାଣୀ ଉପରେ ଫିଲ୍ମ କରିବାକୁ ଚିନ୍ତା କରିଥିଲେ ।

ଏହି ଫିଲ୍ମର ମୁଖ୍ୟ ଚରିତ୍ର ରାଜ ମାଲହେତ୍ରାଙ୍କ ଭୂମିକାରେ ବିଆର ଚୋପ୍ରାଙ୍କର ପ୍ରଥମ ପସନ୍ଦ ଦିବଙ୍ଗତ ଅଭିନେତା ତଥା ଟ୍ରାଜେଡି କିଙ୍ଗ୍  ଦିଲୀପ କୁମାର ଥିଲେ ।  ହେଲେ ସେହି ସମୟରେ ଏହି ଫିଲ୍ମଟି ତିଆରି ହୋଇପାରି ନଥିଲା । ୩୦ ବର୍ଷ ପରେ ଫିଲ୍ମଟି ନିର୍ମିତ ହୋଇଥିଲା । ବିଆର ଚୋପ୍ରାଙ୍କ ଫିଲ୍ମରେ କାମ କରିପାରି ନଥିବାରୁ ଦିଲୀପ କୁମାର ଦୁଃଖ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ରବି ଚୋପ୍ରା ଫିଲ୍ମ ‘ବାଗବାନ’ର ନିର୍ଦ୍ଦେଶନା ଦେଇଥିଲେ । ବିଆର ଚୋପ୍ରା ଏହି ଫିଲ୍ମର ପ୍ରଡ୍ୟୁସର ଦାୟିତ୍ୱ ତୁଲାଇଥିଲେ । ୧୦ କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମିତ ହୋଇଥିଲା । ଆଉ ବକ୍ସ ଅଫିସରେ ଫିଲ୍ମଟି ଭଲ ରୋଜଗାର କରିଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ, ହେମା ମାଲିନି, ଅମନ ବର୍ମା, ସମୀର ସୋନି, ମହିମା ଚୌଧୁରୀ, ସଲମାନ ଖାନ୍ ଏବଂ ରିମି ସେନଙ୍କ ସମେତ ଅନେକ କଳାକାଳରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.