Latest Odisha News

ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା, ଲାଗିବ ଅତ୍ୟାଧୁନିକ ରାଡାର

ଭୁବନେଶ୍ବର: ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସୂଚନା । ଏଥିପାଇଁ କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସେହିପରି, ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ ହେବ । ତେବେ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ହୋଇସାରିଥିବାବେଳେ, ସମ୍ବଲପୁରରେ ମଧ୍ୟ ଉପକରଣ ପହଞ୍ଚିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାନେଇ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ, ଭୁବନେଶ୍ୱରରେ ମଧ୍ୟ ଆଉ ଏକ ରାଡାର ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ।

ସେ ଆହୁରି କହିଛନ୍ତି ଯେ, ‘ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡିଶା ରହିଛି । ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ସୂଚନା ନେଇ ରାଜ୍ୟରେ ଅଧିକ ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର’ ।

Leave A Reply

Your email address will not be published.