Latest Odisha News

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ଶୁଭମନ ଗିଲ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଟିମର ମନୋବଳ ଉଚ୍ଚରେ ରହିଛି । ତେବେ ଦଳର ଯୁବ ଖେଳାଳି ଶୁଭମନ ଗିଲ ଏହି ମ୍ୟାଚରେ ଖେଳିବେ ନାହିଁ । ଏପରିକି ସେ ଟିମ ସହ ଦିଲ୍ଲୀ ଗସ୍ତରେ ଯିବେନି ବୋଲି ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି । ପ୍ରଥମ ମ୍ୟାଚରେ ମଧ୍ୟ ସେ ଖେଳି ନ ଥିଲେ । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଶୁଭମନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ସେ ଚେନ୍ନାଇରେ ଡାକ୍ତରଙ୍କ ଅନୁଧ୍ୟାନରେ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଶୁଭମନ ଓ ରୋହିତ ଶର୍ମା ଓପିନଂରେ ଭଲ ପ୍ରଦର୍ଶନ କରି ଆସିଥିବାରୁ ଏହା ଆଗକୁ ସମସ୍ୟା ସୃଷ୍ଟି କରିବେ ବୋଲି ଆଶଙ୍କା କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟପ ଅର୍ଡର ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି ।

Comments are closed.