Latest Odisha News

BREAKING NEWS

ଟାଟା ପାଓ୍ବାରର ମନମୁଖୀ ଶାସନକୁ ବିରୋଧ: ୭ ଦଫା ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ମୟୁରଭଞ୍ଜ: ମୟୁରଭଞ୍ଜରେ ନେସ୍କୋ ପାଓ୍ବାର ଏମ୍ପ୍ଲଇଜ ୟୁନିୟନ୍ ପକ୍ଷରୁ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି  । ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସଂଘର ପରାମର୍ଶଦାତା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଟାଟା ପାୱାରର ମନମୁଖୀ ଶାସନ, ବିଦ୍ୟୁତ୍ କର୍ମଚାରୀଙ୍କ ଛଟେଇ ଓ ନିୟମ ବିରୋଧି କାର୍ଯ୍ୟକୁ ବିରୋଧ କରିଛନ୍ତି  । ବାରିପଦା ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଙ୍କ  ଉଦ୍ଦେଶ୍ୟରେ ଏକ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି  ।

ଚାକିରୀରୁ ଛଟେଇ ଏବଂ ଶ୍ରମିକ ମାରଣ ନୀତିକୁ ବିରେଧ କରି ବିଦ୍ୟୁତ୍ କର୍ମଚାରୀମାନେ ବାଘଡାରୋଡ଼ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟାଟା ପାୱାରର ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ହଠାତ୍ ଚାକିରିରୁ ଛଟେଇ କରିବାର ଯୋଜନା କରିବା ଏବଂ କର୍ମଚାରୀଙ୍କ କାର୍ଯ୍ୟ ସର୍ତ୍ତାବଳୀ ବିରୋଧରେ କାମ କରେଇବାକୁ ନେଇ କର୍ମଚାରୀ  ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଆଗାମୀ ଦିନରେ  ତୁରନ୍ତ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.