Latest Odisha News

BREAKING NEWS

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ: ଆଜି ବିଜେପିରେ ମିଶିବେ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ନେତା ତଥା ରାଜ୍ୟ ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଦଳରେ ଗ୍ରୁପିଜିମ୍(ଅଲଗା ଅଲଗା ଦଳବଦ୍ଧ  ହୋଇ କାମ କରିବା) ଚାଲିଛି ବୋଲି ସେ ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ବେଳେ ଆଜି ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ଜଣେ ବ୍ୟକ୍ତି କିଚି ନିର୍ଦ୍ଦିଷ୍ଟ ଲୋକ ପଞ୍ଜାବରେ ଦଳକୁ ପରିଚାଳନା କରୁଛନ୍ତି। ଏଥିରେ କେବଳ ବିଭେଦ ଓ ହତାଶା ସୃଷ୍ଟି ହେଉଛି ବୋଲି ମନପ୍ରୀତ ଅଭିଯୋଗ କରିଛନ୍ତି। ପୂର୍ବରୁ ଦଳ ଭିତରେ ବିଭେଦ ଚାଲିଥିବା ବେଳେ ଏହାକୁ ବନ୍ଦ କରିବା ବଦଳରେ ଏହି ଲୋକମାନଙ୍କର ଅଲଗା ଅଲଗା ହୋଇ କାମ କରିବା ଦଳ ଭିତରେ ବିଭେଦ ସୃଷ୍ଟି କରୁଛି।

ସୂଚନା ଥାଉକି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କର ପୁତୁରା ମନପ୍ରୀତ ବାଦଲ ୫ଥର ବିଧାୟକ ହୋଇଥିବା ବେଳେ ରାଜ୍ୟରେ ଅର୍ଥମନ୍ତ୍ରୀ ଭଳି ଗୁରୁତର ଦାୟିତ୍ୱ ଦୁଇଥର ସମ୍ଭାଳିଛନ୍ତି। ପଞ୍ଜାବରେ ହେଉଥିବା ଭାରତ ଯୋଡ଼ ଯାତ୍ରାରେ ବାଦଲ ସାମିଲ୍ ହୋଇ ନଥିଲେ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସୂଚନା ଅନୁସାରେ ରାଜ୍ୟ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କ ସହ  ମନପ୍ରୀତଙ୍କର ଭଲ ସମ୍ପର୍କ ନାହିଁ। ତେବେ ମନପ୍ରୀତ ପ୍ରଥମେ ଅକାଳି ଦଳରେ ଥିଲେ। ସେଠାରୁ ବହିସ୍କାର ହେବା ପରେ ସେ ପିପୁଲ୍ସ ପାର୍ଟି ଅଫ୍ ପଞ୍ଜାବ ନାଁରେ ନିଜର ଏକ ଦଳ ଗଠନ କରିଥିଲେ। ପରେ ସେ ତାଙ୍କ ଦଳ କଂଗ୍ରେସରେ ମିଶିଯାଇଥିଲା।

Leave A Reply

Your email address will not be published.