ଭୁବନେଶ୍ବର: କଟକ ଏସସିବି ମେଡ଼ିକାଲରେ ବଡ଼ ପରିବର୍ତ୍ତନ । ବଦଳିଲେ ଏସସିବି ମେଡ଼ିକାଲ କଲେଜ ଡିନ୍ ଓ ସୁପରିଟେଣ୍ଡେଣ୍ଟ। ପ୍ରତିଭା ପଣ୍ଡା ଏସସିବି ଡିନ୍ ଓ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଥିଲେ ପ୍ରତିଭା ପଣ୍ଡା। ଲୁସି ଦାସଙ୍କ ସ୍ଥାନରେ ପ୍ରତିଭା ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। ଏସସିବି ଡିନ୍ ଓ ଅଧ୍ୟକ୍ଷା ଦାୟିତ୍ବରୁ ହଟିଲେ ଲୁସି ଦାସ ।
ସେହିପରି ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ହେଲେ ଏସ୍ସିବି ଏମ୍ସିଏଚ୍ ସୁପରିଟେଣ୍ଡେଣ୍ଟ। ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ହେଲେ ନିର୍ମଳ ମହାପାତ୍ର। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ସୋମବାର ଭୋର ୨ଟା ୫୮ ମିନିଟରେ ରାଜ୍ୟର ସର୍ବବୃହତ ମେଡିକାଲ୍ କଲେଜ୍ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ବଡ଼ ଘଟଣାରେ ଏ ପର୍ଯ୍ୟନ୍ତ ୧୩ଜଣ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଆଉ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଶେଷ କରି ଶ୍ଵାସରୁଦ୍ଧ କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା ।