Latest Odisha News

BREAKING NEWS

ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ୧୨% ଓ ୨୮% ଟିକସ ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏବେ ମାତ୍ର ଦୁଇଟି ଜିଏସଟି ସ୍ଲାବ – ୫% ଓ ୧୮% – ରହିବ। ଏହା ସହିତ ତମାଖୁ ଜାତୀୟ ତଥା ବିଲାସପୂର୍ଣ୍ଣ ଜିନିଷ ପାଇଁ ୪୦% ନୂଆ ସ୍ଲାବ ମଞ୍ଜୁର ହୋଇଛି। ଏହି ପରିବର୍ତ୍ତନ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସୋସିଆଲ ମିଡିଆରେ ଲେଖିଛନ୍ତି, “ଏହି ସୁଧାର ସାଧାରଣ ଲୋକଙ୍କ ଜୀବନ ସହଜ କରିବ ଓ ଅର୍ଥନୀତିକୁ ମଜବୁତ କରିବ।” ସେ କହିଛନ୍ତି ଯେ ସ୍ୱାଧୀନତା ଦିବସ ଭାଷଣରେ ସେ ଜିଏସଟିରେ ଆସନ୍ତା ପିଢି ପାଇଁ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦ୍ର ସରକାର ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିଥିଲା, ଯାହା ଜିଏସଟି ପରିଷଦରେ ମଞ୍ଜୁର ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ସୁଧାର କୃଷକ, ଏମଏସଏମଇ, ମଧ୍ୟବିତ୍ତ, ମହିଳା ଓ ଯୁବକଙ୍କୁ ସିଧାସଳଖ ଲାଭ ଦେବ।” ଅନେକ ଦୈନନ୍ଦିନ ବ୍ୟବହାରର ଜିନିଷ ଶସ୍ତା ହେବା ଦ୍ୱାରା ଲୋକଙ୍କ ଖର୍ଚ୍ଚ ହ୍ରାସ ପାଇବ।

ନୂଆ ୪୦% ସ୍ଲାବ ପାନ ମସଲା, ତମାଖୁ ଓ ଅନ୍ୟାନ୍ୟ ବିଲାସପୂର୍ଣ୍ଣ ଜିନିଷ ଉପରେ ଲାଗୁ ହେବ। ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ପ୍ରଭାବିତ କରିବ ନାହିଁ।

ଜିଏସଟି ପରିଷଦ ଏହି ସୁଧାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରୁଛି। ଏହା ଅର୍ଥନୀତିକୁ ଆହୁରି ସରଳ ଓ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି

Comments are closed.